fbpx

ପକେଟମାରଙ୍କ ଆଡ୍ଡାସ୍ଥଳୀ ପାଲଟିଲା ଆର୍ଥର ରୋଡ ଜେଲ୍; ଆର୍ୟନ ବାହାରିବାବେଳେ ଚୋରି ହେଲା ୧୦ରୁ ଅଧିକ ମୋବାଇଲ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଡ୍ରଗ୍ସ କେସରେ ଜାମିନ ମିଳିଛି । ଜାମିନ ମିଳିବା ପରେ ଆର୍ଥର ରୋଡ ଜେଲରୁ ମୁକ୍ତ ହୋଇଛନ୍ତି ଆର୍ୟନ । ତେବେ ଆର୍ୟନ ଜେଲ ବାହାରକୁ ଆସିବା ଦେଖିବାକୁ ବହୁ ଫ୍ୟାନ ଅପେକ୍ଷା କରିଥିଲେ । କିନ୍ତୁ ଆର୍ୟନଙ୍କୁ ଦେଖିବା ପାଇଁ ଏଠାକୁ ଆସିବା ଅନେକ ଲୋକଙ୍କୁ ମହଙ୍ଗା ପଡ଼ିଛି । କାରଣ ଏହ ସମୟରେ ଅନେକ ଲୋକଙ୍କ ପକେଯମାର ହୋଇଛି, ଏହା ସହ ୧୦ରୁ ଅଧିକ ମୋବାଇଲ ମଧ୍ୟ ଚୋରି ହୋଇଛି ।

ସୂଚନାଯୋଗ୍ୟ, ଅନେକ ସମୟ ଧରି ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଘରକୁ ଫେରିଛନ୍ତି । କ୍ରୁଜ ଡ୍ରଗ୍ସ ମାମଲାରେ ଫସି ଆର୍ଥର ରୋଡ ଜେଲରେ ଥିଲେ ଆର୍ୟନ ଖାନ । ତେବେ ଜାମିନରେ ଜେଲରୁ ବାହାରିବା ପରେ ଫ୍ୟାନ ମାନେ ମନ୍ନତ ବାହାରେ ତାଙ୍କୁ ସ୍ୱାଗତ କରିଥିଲେ । ଏହା ସହ ବଲିଉଡ ଷ୍ଟାର ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

 

Get real time updates directly on you device, subscribe now.