ରାସନ କାର୍ଡରେ E- KYC କରିନଥିଲେ ମିଳିଲା ଆଉ ଏକ ସୁଯୋଗ, ହାତଛଡା କଲେ ପସ୍ତେଇବେ
ଆପଣ ଏଯାଏଁ EKYC ଅପଡେଟ କରିନାହାନ୍ତି କି ନିଜ ରାସନରେ । ତେବେ ତୁରନ୍ତ କରନ୍ତୁ । ସରକାର ଦେଇଛନ୍ତି ଶେଷ ସୁଯୋଗ
ଭୁବନେଶ୍ୱର- ପୁଣି ବଢିଲା ଇ-କେୱାଇସି ଅବଧୀ । ଏଯାଏଁ ସବୁ ହିତାଧିକାରୀ ଇକେୱାଇସି ଅପଡେଟ କରି ନ ଥିବାରୁ ସରକାର ପୁଣି ଥରେ ଏହି ଅବଧିକୁ ବଢାଇ ଦେଇଛନ୍ତି । ଜାନୁଆରୀ ୩୧ ତାରିଖ ମଧ୍ୟରେ ଏହି କାମ କରିବାକୁ କୁହାଯାଇଛି ।
ଆପଣ ଏଯାଏଁ EKYC ଅପଡେଟ କରିନାହାନ୍ତି କି ନିଜ ରାସନରେ । ତେବେ ତୁରନ୍ତ କରନ୍ତୁ । ସରକାର ଦେଇଛନ୍ତି ଶେଷ ସୁଯୋଗ ।
ଏଯାଏଁ ରାଜ୍ୟରେ ଆହୁରି ୪୮ ଲକ୍ଷ ହିତାଧିକାରୀ ଏହି ଅପଡେଟ୍ କରି ନାହାନ୍ତି । ତେଣୁ ଯୋଗାଣ ବିଭାଗର ବୈଠକରେ ଅବଧି ମିଆଦ ବଢାଇବାକୁ ନିଷ୍ପତ୍ତ୍ି ହୋଇଛି । ଏନେଇ ସବୁ ଜିଲ୍ଲାର ଯୋଗଣ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ସୂଚିତ କରାଯାଇଛି ।
ଏନେଇ ଯୋଗାଣ ଅଧିକାରୀଙ୍କୁ ରାଜ୍ୟ ଯୋଗଣ ବିଭାଗର ଅତିରିକ୍ତ ସଚିବ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି କି ଆସନ୍ତା ୩୧ ତାରିଖ ଯାଏ ଲୋକଙ୍କ ଇକେୱାଇସିକୁ ଅପଡେଟ କରାଯାଉ ।
ଏଥିସହ ଏହି ଅତିରିକ୍ତ ତାରିଖ ବଢାଇବାକୁ ନେଇ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ମଧ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ପଞ୍ଚାୟତ ସ୍ତରରେ ପ୍ରଚାର କରି ପ୍ରତି ବାକି ପଡିଥିବା ହିତାଧିକାରୀଙ୍କ ନିକଟରେ ଏହି ସୂଚନା ଦେବାକୁ କୁହାଯାଇଛି ।
ଏଥିସହ www.foododisha.in ପୋର୍ଟାଲରେ ଏନେଇ ଅପଡେଟ ଦେଖିହେବ ବୋଲି କୁହାଯାଇଛି । ଏହି ସୂଚନା ପୋର୍ଟାଲ ଟ୍ରାନ୍ସପାରେନ୍ସି ପେଜରେ ଉପଲବ୍ଧ ହେବ, ଯିଏ ଚାହିଁବେ ତାର ସୂଚନା ପାଇପାରିବେ ।
ଏଥିସହ ମୋବାଇଲ ଓ ଆଧାର ନମ୍ବର ଦେଇ ଷ୍ଟାଟସ୍ ଜାଣିହେବ ବୋଲି ସୂଚନା ଦିଆଯାଇଛି ।