fbpx

E-Nomination ହେଲା ବାଧ୍ୟତାମୁଳକ, ଏପରି ନ କଲେ ଦେଖି ପାରିବେନି PF ଖାତାରେ କେତେ ଅଛି ଟଙ୍କା

Advertisement

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ଆକାଉଣ୍ଟଧାରୀଙ୍କ ପାଇଁ ଇ-ନାମାଙ୍କନ ବାଧ୍ୟତାମୂଳକ କରିଛି । ଖାତାଧାରୀମାନେ ଇ-ନାମାଙ୍କନ ବିନା ପିଏଫ୍ ଖାତା ଦେଖିପାରିବେ ନାହିଁ । ବର୍ତ୍ତମାନ ପର୍ୟ୍ୟନ୍ତ ଏହା କରିବା ଆବଶ୍ୟକ ନଥିଲା । କିନ୍ତୁ ଏବେ ଠାରୁ ନୂଆ ନିୟମ ଲାଗୁ ହୋଇଛି । ଇ-ନାମାଙ୍କନ ବିନା ପିଏଫ୍ ଆକାଉଣ୍ଟଧାରୀ ମାନେ ସେମାନଙ୍କ ଖାତାର ବାଲାନ୍ସ ଦେଖିପାରିବେ ନାହିଁ ।

ଇପିଏଫ୍ ଆକାଉଣ୍ଟରେ ଇ-ନାମାଙ୍କନ ପାଇଁ ପ୍ରଥମେ ନାମାଙ୍କନକାରୀଙ୍କ ନାମ ଦେବାକୁ ପଡିବ । ତାଙ୍କର ଠିକଣା ଏବଂ ତାଙ୍କ ସହିତ ଆପଣଙ୍କର କଣ ସମ୍ପର୍କ ବିଷୟରେ ଉଲ୍ଲେଖ କରିବାକୁ ପଡିବ । ନାମାଙ୍କନ ପତ୍ରର ଜନ୍ମ ତାରିଖ ସହିତ ଫିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥର କେତେ ପ୍ରତିଶତ ତାଙ୍କୁ ଦେବାକୁ ପଡିବ ତା ମଧ୍ୟ ଉଲ୍ଲେଖ କରିବାକୁ ହେବ । ନୋମିନୀ ଯଦି ସାବାଳକ ହୋଇନାହାନ୍ତି ତାହେଲେ ତାଙ୍କ ଅଭିଭାବକଙ୍କ ନାମ ଏବଂ ଠିକଣା ଦେବାକୁ ପଡିବ । ନାମାଙ୍କନପତ୍ରର ଦସ୍ତଖତ କିମ୍ବା ଆଙ୍ଗୁଠି ଇମ୍ପ୍ରେସନ୍ ଆବଶ୍ୟକ ।

ଏହା ହେଉଛି ପୂରା ପ୍ରକ୍ରିୟା:

୧. ଇପିଏଫ୍ ମେମ୍ବର ପୋର୍ଟାଲ୍ ରେ ୟୁଏଏନ୍ ଓ ପାସୱାର୍ଡ ଦେଇ ଲଗ୍-ଇନ୍ କରନ୍ତୁ ।

୨. ମ୍ୟାନେଜ୍ ସେକ୍ସନ୍ କୁ ଯାଇ ଇ-ନୋମିନେସନ୍ ଉପରେ କ୍ଲିକ୍ କରନ୍ତୁ ।

୩. ପ୍ରୋଫାଇଲ୍ ରେ ସ୍ଥାୟୀ ଓ ଅସ୍ଥାୟୀ ଠିକଣା ଲେଖି ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ । ନୋମିନି ପରିବାର ସଦସ୍ୟ କି ନୁହେଁ ତାହା ଚୟନ କରନ୍ତୁ ।

୪. ପରିବାର ସଦସ୍ୟଙ୍କ ଆଧାର ନମ୍ବର, ନାମ, ଜନ୍ମଦିନ, ଲିଙ୍ଗ, ଅଭିଭାବକ(ଯଦି ନୋମିନି ନାବାଳିକ) ଇତ୍ୟାଦି ଦେଇ ସମସ୍ତ ବିବରଣୀ ଭରନ୍ତୁ । ଅଧିକ ନୋମିନି ମଧ୍ୟ ଆଡ୍ କରିପାରିବେ ।

୫. କେଉଁ ନୋମିନିକୁ କେତେ ଟଙ୍କା ଦେବେ ତା ମଧ୍ୟ ଲେଖି ପାରିବେ ।

୬. ଆଧାରର ଭର୍ଚୁଆଲ୍ ଆଇଡି ଦେଇ ଭେରିଫାଇ କରିପାରିବେ । ପଞ୍ଜୀକୃତ ନମ୍ବରରେ ଓଟିପି ଆସିବା ପରେ ତାହା ଦର୍ଜ କରି ଭେରିଫାଇ କରନ୍ତୁ ।

୭. ଇଫିଏଫଓ ରେ ନୋମିନେସନ୍ ପୂରା କରିବା ପରେ ଓଟିପି ଦିଅନ୍ତୁ । ଏହାପରେ ଫିଜିକାଲ୍ ଦସ୍ତାବିଜ୍ ଦେବାର ଆବଶ୍ୟକତା ପଡ଼ିବ ନାହିଁ ।

Get real time updates directly on you device, subscribe now.