fbpx

ଥରିଲା ଦିଲ୍ଲୀ ଏନସିଆର୍‌, ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ଼

ନୂଆଦିଲ୍ଳୀ: ଦିଲ୍ଲୀ ଏନସିଆରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ଼ କରାଯାଇଛି । ତେବେ ଚୀନ ଓ ନେପାଳ ସୀମାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଥିବା ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜୀ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି । ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ ।
ତେବେ ଚୀନର ଏକ ସରକାରୀ ନ୍ୟୁଜ୍ ଏଜେନ୍ସିରୁ ପ୍ରକାଶ ଯେ ମଙ୍ଗଳବାର ପଶ୍ଚିମ ଶିଞ୍ଜିୟାଙ୍ଗ ଅଂଚଳରେ ଏହି ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା । ପରେ ଏହାର ଝଟକା ଅନେକ ସ୍ଥାନରେ ଅନୁଭୂତ ହୋଇଥିଲା । ଭୂମିକମ୍ପ ପରେ ଆଫ୍ଟର ଶକ୍ ମଧ୍ୟ ଅନୁଭୂତ ହୋଇଥିଲା ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରେକର୍ଡ଼ କରାଯାଇଛି ।

Get real time updates directly on you device, subscribe now.