fbpx

ଇଣ୍ଡୋନେସିଆର ଜାଭା ଏବଂ ବାଳି ଦ୍ୱୀପରେ ଭୂମିକମ୍ପ, ୬ ମୃତ

ଇଣ୍ଡୋନେସିଆ , 11/4 : ଶନିବାର ଇଣ୍ଡୋନେସିଆର ଜାଭା ଏବଂ ବାଳିରେ ଭୁମିକମ୍ପ ଝଟକା ଅନୁଭୂତ ହୋଇଛି । ଯାହା ଇଣ୍ଡୋନେସିଆର ପର୍ଯ୍ୟଟନ କ୍ଷେତ୍ର ଜାଭା ଏବଂ ବାଲି ଦ୍ୱୀପକୁ ଥରାଇ ଦେଇଛି ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ କୋଠା ବାଡି କ୍ଷତିଗ୍ରସ୍ତ ହୋଇଛି । ତେବେ ସୁନାମୀ ନେଇ ସର୍ତକତା ଜାରି କରାଯାଇନାହିଁ । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ ଦିନ ଭୂକଂପ ଦିନ ୨ଟା ବେଳେ ଇଣ୍ଡୋନେସିଆରେ ଦକ୍ଷିଣ ଉପକୂଳ ଠାରେ ଅନୁଭୂତ ହୋଇଥିଲା । ଭୂକଂପର ତୀବ୍ରତା ୬.୦ ଥିଲା । ଭୂମିକମ୍ପର କେନ୍ଦ୍ର ମଲଙ୍ଗ ଜିଲ୍ଲାର ସମ୍ବରପକଙ୍ଗ ସହର ଠାରୁ ୪୫ କିମି ଦକ୍ଷିଣରେ ରହିଛି ।
ଇଣ୍ଡୋନେସିଆ ର ଭୁମିକମ୍ପ ଏବଂ ସୁନାମୀ କେନ୍ଦ୍ର ମୁଖ୍ୟ ରହମତ ତ୍ର୍ରିୟୋନୋ କହିଛନ୍ତି, ଏହି ଭୂମିକମ୍ପ ଯୋଗୁଁ ସୁନାମୀ ହେବାର ସମ୍ଭାବନା ନାହିଁ ।
ତଥାପି ଭୁସ୍ଖଳନ ସତର୍କତା ଦୃଷ୍ଟିରୁ ଲୋକଙ୍କୁ ଦୁର୍ବଳ କୋଠା କିମ୍ବା ମାଟି ପଥର ସ୍ଥାନକୁ ଯିବକୁ ମନା କରିଛନ୍ତି ।

Get real time updates directly on you device, subscribe now.