fbpx

(Video) ପାଣ୍ଡିଆନଙ୍କ ବିରୁଦ୍ଧରେ ଇଡିରେ ମାମଲା ରୁଜୁ; ପରିକ୍ରମା ପ୍ରକଳ୍ପ ନାଁରେ ସବୁ ଟଙ୍କା ଖାଇଥିବା ଅଭିଯୋଗ

ଭୁବନେଶ୍ବର: ପାଣ୍ଡିଆନଙ୍କ ବିରୁଦ୍ଧରେ ଇଡିରେ ମାମଲା ରୁଜୁ । ପରିକ୍ରମା ପ୍ରକଳ୍ପ ନାଁରେ ସବୁ ଟଙ୍କା ଖାଇଥିବା ଅଭିଯୋ । ଜେପି ନେତା ଜୟନାରାୟଣ ମିଶ୍ରଙ୍କର ଏମିତି ପ୍ରତିକ୍ରିୟା ପରେ ଏବେ ଇଡିରେ ପାଣ୍ଡିଆନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ କୋଟି କୋଟ ଟଙ୍କା ମାରି ଖାଇଥିବା ନେଇ ଦିଲ୍ଲୀର ଇଡିରେ ମାମଲା ରୁଜୁ ହୋଇଛି । ଏମିତି କିଛି ଅଭିଯୋଗ କରିଛନ୍ତି ଜଗନ୍ନାଇ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

ଗୋଟିଏ ପରେ ଗୋଟିଏ ଅଭିଯୋଗ ପାଣ୍ଡିଆନଙ୍କ ବିରୁଦ୍ଧରେ ହେବାକୁ ଲାଗିଲାଣି । ପରିକ୍ରମା ପ୍ରକଳ୍ପ ଟଙ୍କା ଆତ୍ମସାଥ କରିଥିବା ଅଭିଯୋଗ ହୋଇଛି । ଭବ୍ୟ ରାମ ମନ୍ଦିର ନିର୍ମାଣରେ ଖର୍ଚ୍ଚ ହୋଇଛି ୧୮ଶହ କୋଟି । ହେଲେ ଜଗନ୍ନାଥଙ୍କର ପରିକ୍ରମା ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ୪ ହଜାର ୨ ଶହ କୋଟି । ଯେତେବେଳେ ଏହି ତଥ୍ୟ ବାହାରକୁ ଆସିଥିଲା ସେତେବେଳେ ରାମ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରରେ ଖର୍ଚ୍ଚ ହୋଇଥିବା ଟଙ୍କାର କାମକୁ ଦର୍ଶା ଯାଇଥିଲା ।

କାରଣ ପରିକ୍ରମା ପ୍ରକଳ୍ପରେ ଯେଉଁ କାମ ସବୁ ହୋଇଛି ସେଥିରେ ଏତେ ଟଙ୍କା ଖର୍ଚ ହେଲା ଭଳି ଦେଖା ଯାଉନଥିଲା । ତାହା ପରେ ଚର୍ଚ୍ଚା ହୋଇଥିଲା କି ସବୁ ଟଙ୍କାକୁ ପାଣ୍ଡିଆନ ଆତ୍ମସାଥ କରିଦେଇଛନ୍ତି ବୋଲି । ଆଉ ଏବେ ପରିକ୍ରମା ପ୍ରକଳ୍ପର ଟଙ୍କାକୁ ମାରି ଖାଇଥିବା ନେେଇ ଦିଲ୍ଲୀ ଇଡିରେ ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଜଗନ୍ନାଥଙ୍କୁ ଦୁଆର ଦୁଆର ବୁଲାଇ ଭିକ୍ଷା ମଗାଇଥିବା ଅଭିଯୋଗ କରିଛନ୍ତି ପ୍ରିୟଦର୍ଶନ ।

Get real time updates directly on you device, subscribe now.