fbpx

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ: କେଉଁ ବିଷୟରେ କରିବ ଜେରା?

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନଙ୍କୁ ଇଡିର ଆସିଛି ଡାକରା । ସମ୍ପତ୍ତି ସମ୍ପର୍କିତ ମାମଲାରେ ପଚରାଉଚରା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ ଜାରି କରିଛି । ଯାହାକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେପଟେ ଏହି ଘଟଣାକୁ କଂଗ୍ରେସ ନେତା ରାକେଶ ସିହ୍ନା ବିରୋଧ କରିଛନ୍ତି । ଇଡିର ସମନ ନେଇ ସେ କହିଛନ୍ତି ଯେ, ରାଜ୍ୟର ବିକାଶକୁ ବଦନାମ କରିବା ପାଇଁ ପବର୍ତ୍ତନ ନିର୍ଦ୍ଦେଳଶାୟର ଏହା ଏକ ଷଡ଼ଯନ୍ତ୍ର। ରାଜ୍ୟରେ ମହାଗଠବନ୍ଧନ ବେଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ରାଜ୍ୟର ଅନ୍ୟ ପ୍ରସାଶନିକ ଅଧିକାରୀମାନଙ୍କୁ ଅସୁବିଧାରେ ପକାଉଛି ଇଡି। ତେବେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.