ସାଂସଦ କରୁଥିଲେ ବିଜୁଳି ଚୋରି… କରିଥିଲେ ମିଟର ଟାମ୍ପରିଂ, ସତ ବାହାରକଲା ବିଜୁଳି ବିଭାଗ

ଲକ୍ଷେ୍ନø: ଉତ୍ତରପ୍ରଦେଶ ସାଂସଦ ଜିୟାଉର୍ରହମାନ ବର୍କଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ତାଙ୍କ ବିରୋଧରେ ପୁରୁଣା ମିଟର ବଦଳେଇବା ସହ ମିଟର ଟାମ୍ପରିଂ କରିବା ଅଭିଯୋଗ ଆସିଛି । ଏ ନେଇ ବିଜୁଳି ବିଭାଗ ପକ୍ଷରୁ କର୍ବଙ୍କ ଘରେ ବ୍ୟବହାର ହେଉଥିବା ଇଲେକ୍ଟ୍ରିକ୍ ଉପକରଣ ସବୁର ଲିଷ୍ଟ ଜାରି କରିଛି । ପାଖାପାଖି ଗୋଟିଏ ବର୍ଷ ହେବ ବର୍କଙ୍କ ବିଜୁଳି ବିଲ୍ ଶୂନ୍ୟ ଆସୁଥିବା କହିଛି ବିଭାଗ । ବର୍ତ୍ତମାନ ଯେଉଁ ଲିଷ୍ଟ ସାମ୍ନାକୁ ଆସିଛି, ବର୍କଙ୍କ ଘଷର ୧୬.୭ ହଜାର ୱାଟ ବିଜୁଳି ମାସକୁ ଖର୍ଚ୍ଚ ହେଉଥିବା କୁହାଯାଉଛି।

ସମାଜବାଦୀ ପାର୍ଟି ସାଂସଦଙ୍କ ୨ ମହଲା ବିିଶିଷ୍ଟ ଘରେ ୩୮ ବଲ୍ୱ,୧୯ ପଙ୍ଖା, ୩ ଏସି ବ୍ୟବହାର କରାଯାଉଛି । ଏଗୁଡ଼ିକ ବ୍ୟତୀତ ଗିଜର, ମାଇକ୍ରେୱେବ୍, ଫ୍ରିଜ୍ ସାଙ୍ଗକୁ ବହୁ ଇଲେକ୍ଟ୍ରିକ୍ ଉପକରଣ ରହିଛି । ବିଜୁଳି ବିଭାଗର କହିବା ଅନୁସାରେ, ବର୍କଙ୍କ ଘରେ ୧୬,୪୮୦ ୱାଟ ବିଜୁଳି ଖର୍ଚ୍ଚ କରୁଥିବା ଉପକରଣ ରହିଛି । ବର୍କଙ୍କ ଘରେ ଦୁଇଟି ବିଜୁଳି ମିଟରରେ ଟାମ୍ପରିଂ ହୋଇଥିବା ପ୍ରମାଣ ମିଳିଛି । ସେ ମିଟରକୁ ହଟାଇ ବିଭାଗ ବର୍ତ୍ତମାନ ନୂଆ ମିଟର ତାଙ୍କ ଘରେ ବସେଇଛି । ରାପିଡ୍ ଏକ୍ସନ୍ ଫୋର୍ସ ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ବିଜୁଳି ବିଭାଗ ମିଟର ଲଗାଇଛି ।