fbpx

୩୦ ପ୍ରତିଶତ ଶସ୍ତା ହେବ ଇଲେକ୍ଟ୍ରିକ୍‌ ଗାଡି , କମିପାରେ ବ୍ୟାଟେରୀ ମୂଲ୍ୟ

ନୂଆଦିଲ୍ଲୀ: ବୈଦ୍ୟୁତିକ ଯାନଗୁଡିକ ଆସନ୍ତା କିଛି ମାସ ମଧ୍ୟରେ ୩୦ ପ୍ରତିଶତ ଶସ୍ତା ହେବ ବୋଲି ଜଣାପଡିଛି । ସାଧାରଣ ବଜେଟରେ ବ୍ୟାଟେରୀ ଅଦଳବଦଳ (ବ୍ୟାଟେରୀ ସ୍ୱାପିଂ) ଘୋଷଣା ପରେ କେନ୍ଦ୍ର ସରକାର ଟିକସ ଛାଡ ସମେତ ଅନ୍ୟାନ୍ୟ ରିହାତି ପ୍ରଦାନ କରିବାକୁ ଯୋଜନା କରୁଛନ୍ତି । ଇଲେକ୍ଟ୍ରିକ ଗାଡି ବ୍ୟବହାରକୁ ବଢାଇବା ପାଇଁ ବ୍ୟାଟେରୀ ମୂଲ୍ୟ କମାଇବାକୁ ସରକାର ବିଚାର କରୁଛନ୍ତି । ଆଉ ବ୍ୟାଟେରୀ ମୂଲ୍ୟ କମିଲେ ଗାଡିର ମୂଲ୍ୟ ୩୦ରୁ ୪୦ ପ୍ରତିଶତ କମିପାରେ ବୋଲି ଜଣାପଡିଛି ।

ବର୍ତ୍ତମାନ ବ୍ୟାଟେରୀ ସ୍ୱାପିଂ ସିଷ୍ଟମ୍‌ ଲାଗୁହେଲେ ଗାଡିରୁ ବ୍ୟାଟେରୀର ମୂଲ୍ୟ ବାଦ ପଡିବ । ଗ୍ରାହକମାନେ ବିଭିନ୍ନ କମ୍ପାନୀରୁ ବ୍ୟାଟେରୀ ଭଡାରେ ନେଇପାରିବେ । ବ୍ୟାଟେରୀର କ୍ଷମତା-ଆକାର ଉପରେ ଭଡା ନିର୍ଭର କରିବ । ଏପ୍ରିଲରୁ ସରକାର ଏହା ଉପରେ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବେ । ବ୍ୟାଟେରୀର ଚାର୍ଜିଂ ସରିବା ପରେ ଗ୍ରାହକମାନେ ଏହାକୁ କମ୍ପାନୀର ଷ୍ଟୋରକୁ ନେଇ ଏହାକୁ ବଦଳାଇ ପାରିବେ । ଏଥିସହିତ ଗ୍ରାହକମାନଙ୍କୁ ଚାର୍ଜିଂ ସମୟ ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ଜିନିଷଗୁଡ଼ିକରେ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏଠାରେ ସୂଚନାଯୋଗ୍ୟ ୨୦୩୦ ସୁଦ୍ଧା ୩୦ ପ୍ରତିଶତ ବ୍ୟକ୍ତିଗତ ଯାନ, ୭୦ ପ୍ରତିଶତ ବ୍ୟବସାୟିକ ଯାନକୁ ବିଦ୍ୟୁତଚାଳିତ କରିବାକୁ ସରକାର ଚିନ୍ତାପ୍ରକଟ କରିଛନ୍ତି ।

Get real time updates directly on you device, subscribe now.