fbpx

ଆଜିଠାରୁ ଖୋଲିବ ଇଞ୍ଜିନିୟରିଂ କଲେଜ

ଭୁବନେଶ୍ୱର, ୧୦ା୨ (ଓଡିଶା ଭାସ୍କର): ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ଇଞ୍ଜିନିୟରିଂ କଲେଜ । ତେବେ କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବା ସହ ପାଠପଢ଼ା ଆରମ୍ଭ ହେବ ବୋଲି କୁହାଯାଇଛି । ଆସନ୍ତା ୧୭ ତାରିଖଠାରୁ ପାଠପଢ଼ା ଆରମ୍ଭ ହେବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଆଇଟିଆଇ, ପଲିଟେକନିକ୍, ଇଞ୍ଜିନିୟରିଂ କଲେଜରେ ପାଠପଢ଼ା ଆରମ୍ଭ ହେବ । ପ୍ରଫେସନାଲ୍ ଶିକ୍ଷାନୁଷ୍ଠାନଗୁଡ଼ିକରେ ବି ପାଠପଢ଼ାକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି । କରୋନା ମହାମାରୀ କାରଣରୁ ଇଞ୍ଜିନିୟରିଂ କଲେଜ ସମେତ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରାୟତଃ ବନ୍ଦ ରହିଥିଲା । ତେବେ କରୋନା ସ୍ଥିତି ସୁଧୁରିବା ପରେ ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଉଛି ।

Get real time updates directly on you device, subscribe now.