ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସୂଚନା: ଏଣିକି EPFO ଗ୍ରାହକଙ୍କ ଆଡଭାନ୍ସ ପାଇଁ କ୍ଲେମ ସେଟଲମେଣ୍ଟ ମାତ୍ର ୩-୪ ଦିନ ମଧ୍ୟରେ ହୋଇଯିବ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)ର କୋଟି କୋଟି ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଇପିଏଫଓ ପକ୍ଷରୁ ଅଟୋ କ୍ଲେମ ସଲ୍ୟୁସନ ଲଞ୍ଚ କରାଯାଇଥିବା ବେଳେ ତାହା ମାଧ୍ୟମରେ ବିନା ମାନବ ହସ୍ତକ୍ଷେପରେ ଆଇଟି ସିଷ୍ଟମ ଜରିଆରେ କ୍ଲେମକୁ ସେଟଲମେଣ୍ଟ କରାଯାଇପାରିବ । ଆର୍ଥିକ ବର୍ଷ ୨୦୨୩-୨୪ରେ ଇପିଏଫଓ ପାଖାପାଖି ୪.୫ କୋଟି କ୍ଲେମକୁ ସମାଧାନ କରିଛି । ସେଥିମଧ୍ୟରେ ୬୦ ପ୍ରତିଶତ ବା ୨.୮୪ କୋଟିରୁ ଅଧିକ କ୍ଲେମ ଅଗ୍ରିମ ଦାବି କରିଥିଲେ । ବୀମାରୀର ଚିକିତ୍ସା ପାଇଁ ଆଡଭାନ୍ସ ନେବା ପାଇଁ କ୍ଲେମ ସେଟଲମେଣ୍ଟ ପାଇଁ ଆଟୋ ମୋଡ଼ ସୁବିଧା ଗତ ୨୦୨୦ ମସିହା ଏପ୍ରିଲ ମାସରେ ଆରମ୍ଭ କରାଯାଇଥିଲା ।

ପୂର୍ବରୁ ଅଗ୍ରିମ ଦାବିର ଫଇସଲ ପାଇଁ ୧୦ ପର୍ଯ୍ୟନ୍ତ ସମୟ ଲାଗୁଥିଲା । ମାତ୍ର ସୂଚନା ପ୍ରଯୁକ୍ତିକୁ ବ୍ୟବହାର କରି ଇପିଏଫଓ ତରଫରୁ ସ୍ୱୟଂକ୍ରିୟ ଫଇସଲା ବ୍ୟବସ୍ଥା ଲାଗୁ କରାଯିବା ଫଳରେ ଏବେ ତାହା ମାତ୍ର ୩-୪ ଦିନ ମଧ୍ୟରେ ସମ୍ଭବ ହୋଇ ପାରୁଛି । ଏଥିରେ ମାନବର ହସ୍ତକ୍ଷେପର ଆବଶ୍ୟକତା ପଡ଼ୁନାହିଁ । ପୂର୍ବରୁ ଅଗ୍ରମୀ ଦାବିର ସୀମା ୫୦ ହଜାର ଟଙ୍କା ରହିଥିବା ବେଳେ ନିକଟରେ ତାହାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଫଳରେ ପାଠପଢ଼ା, ବିବାହ ଓ ବାସଗୃହ ପାଇଁ ଇପିଏଫର ସଦସ୍ୟମାନେ ଅଗ୍ରିମ ପାଇଁ ଦାବି ଉପସ୍ଥାପନ କରିପାରୁଛନ୍ତି ।

ଆର୍ଥିକ ବର୍ଷ ୨୦୨୩-୨୪ ଅବସରରେ ଯେଉଁସବୁ ଆଡଭାନ୍ସ କ୍ଲେମ ସେଟଲମେଣ୍ଟ କରାଯାଇଥିଲା ସେଥିମଧ୍ୟରୁ ୮୯.୫୨ ଲକ୍ଷ ଅଟୋ-ମୋଡ଼ରେ ସେଟଲ କରାଯାଇଥିଲା । ଅଟୋ କ୍ଲେମ ସୁବିଧାକୁ ଇପିଏଫ ସ୍କିମ ୧୯୫୨ର ଅଣ୍ଡର ପାରା ୬୮କେ (ଏଜୁକେସନ ଓ ମ୍ୟାରେଜ ପାଇଁ) ଓ ୬୮ବି (ହାଉସି) ପାଇଁ ବୃଦ୍ଧି କରାଯାଇଥିଲା । ଯଦି କୌଣସି ଆଡଭାନ୍ସ ପାଇଁ କ୍ଲେମ ସେଟମେଣ୍ଟ ଆଇଟି ସିଷ୍ଟମରେ ହେବ ନାହିଁ ତେବେ ତାହାକୁ ରିଟର୍ଣ୍ଣ ବା ରିଜେଣ୍ଟ କରାଯିବ ନାହିଁ । ଉକ୍ତ କ୍ଲେମକୁ ଅନ୍ୟ ସ୍ତରରେ ସ୍କୃଟନୀ ଓ ଆପ୍ରୁଭଲ ଜରିଆରେ ସେଟଲ କରାଯିବ । କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ତରଫରୁ ଏ ବାବଦରେ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.