ଇପିଏଫଓ ନିୟମରେ ବଡ ପରିବର୍ତ୍ତନ, ଆଜି ହିଁ କରିନିଅନ୍ତୁ ଏହି ଜରୁରୀ କାମ

ନୂଆଦିଲ୍ଲୀ : ଯଦି ଆପଣ ଚାକିରି କରିଛନ୍ତି ଓ ଆପଣଙ୍କର ପିଏଫ୍ କଟୁଛି, ତେବେ ଆଲର୍ଟ ହୋଇଯାଆନ୍ତୁ । କାରଣ ଇପିଏଫଓ ନିଜ ନିୟମରେ ବଡ଼ ପରିବର୍ତ୍ତନ କରି ଅଗଷ୍ଟ ୩୧ ପୂର୍ବରୁ କର୍ମଚାରୀଙ୍କ ଆଧାରକାର୍ଡକୁ ବାଧ୍ୟତାମୂଳକ କରିଛି । ଯଦି କର୍ମଚାରୀ ୩୧ ଅଗଷ୍ଟ ପୂର୍ବରୁ ନିଜର ଓପିଏଫଓ ଆକାଉଣ୍ଟକୁ ଆଧାର କାର୍ଡ ସହ ଲିଙ୍କ ନକରନ୍ତି, ତେବେ ଭବିଷ୍ୟତରେ ଅନେକ କ୍ଷତି ହୋଇପାରେ । ଇପିଏଫଓ ନିକଟରେ ନିୟମରେ ବଡ଼ ପରିବର୍ତ୍ତନ କରିଛି ।

ଇପିଏଫଓର ନୂଆ ନିୟମ ଅନୁସାରେ, ପ୍ରତ୍ୟେକ ଆକାଉଣ୍ଟଧାରୀଙ୍କ ପିଏଫ୍ ଆକାଉଣ୍ଟକୁ ଆଧାର କାର୍ଡ ସହ ଲିଙ୍କ୍ କରିବା ଆବଶ୍ୟକ । ଏହି ନିୟମ ୧ ସେପ୍ଟେମ୍ବର ୨୦୨୧ ରୁ କାର୍ଯ୍ୟକାରୀ ହେବ । ଇପିଏଫଓ ସୋସିଆଲ ସିକ୍ୟୁରିଟୀ କୋଡ ୨୦୨୦ ଅଧୀନରେ ଆଧାର ଲିଙ୍କ କରିବାକୁ ନିଷ୍ପତ୍ତି ନେଇଥିଲା । ନୂତନ ନିୟମ ଅନୁସାରେ, ଯଦି ଜଣେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ ଆଧାର କାର୍ଡ ସହିତ ଲିଙ୍କ ନହୁଏ, ତେବେ ପିଏଫ ଆକାଉଣ୍ଟକୁ ଆସୁଥିବା ନିଯୁକ୍ତିଦାତାର ଅବଦାନ ବନ୍ଦ ହୋଇପାରିବ । ନୂଆ ନିୟମ ଅନୁସାରେ, ସମସ୍ତ ପିଏଫ୍ ଆକାଉଣ୍ଟଧାରୀଙ୍କୁ ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର ୟୁଏଏନ ସହିତ ଯାଞ୍ଚ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ କିଛି କରିବାକୁ ପଡିବ ନାହିଁ, କେବଳ ଇପିଏଫଓର ଅଫିସିଆଲ ୱେବସାଇଟକୁ ଯାଇ ଆଧାର କାର୍ଡ ସହ ଆକାଉଣ୍ଟ ଲିଙ୍କ କରିବାକୁ ପଡ଼ିବ ଓ ୟୁଏଏନକୁ ଆଧାର ସହ ଯାଞ୍ଚ କରନ୍ତୁ । ଯଦି ଆପଣ ଏହା କରିବାକୁ ଭୁଲିଯାଆନ୍ତି ତେବେ ଭବିଷ୍ୟତରେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ତେବେ ଆସନ୍ତୁ ଜାଣିବା ପିଏଫ୍ ଆକାଉଣ୍ଟକୁ ଆଧାର କାର୍ଡ ସହ କିପରି ଲିଙ୍କ କରିବେ…
– ସର୍ବପ୍ରଥମେ ଆପଣଙ୍କୁ ଇପିଏଫଓ ପୋର୍ଟାଲ୍ http://epfindia.gov.in କୁ ଯିବାକୁ ପଡିବ ।

– ବର୍ତ୍ତମାନ ଅନଲାଇନ୍ ସେବା ବିକଳ୍ପରେ ଥିବା ଇ- କେୱାଇସି ପୋର୍ଟାଲକୁ ଯାଆନ୍ତୁ ଏବଂ ୟୁଏଏନ ଆଧାର ଲିଙ୍କରେ କ୍ଲିକ୍ କରନ୍ତୁ ।

– ଏହା ପରେ ଆପଣଙ୍କୁ ୟୁଏଏନ ନମ୍ବର ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବର ଦେବାକୁ କରିବାକୁ ପଡିବ ।

– ବର୍ତ୍ତମାନ ଆପଣ ଇପିଏଫଓର ପଞ୍ଜୀକୃତ ନମ୍ବରରେ ଓଟିପି ମିଳିଯିବ ।

– ଯାହା ପରେ ଆପଣଙ୍କୁ ଓଟିପି ଏବଂ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏଣ୍ଟର କରିବାକୁ ପଡିବ ।

– ସବମିଟ୍ ବଟନ୍ ଉପରେ କ୍ଲିକ୍ କର ଏବଂ କାର୍ଯ୍ୟ ସଂପୂର୍ଣ୍ଣ କରନ୍ତୁ ।

– ଏହା ସହ ଓଟିପି ଯାଞ୍ଚ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

– ଆଧାର ଯାଞ୍ଚ ପାଇଁ ଆଧାର ସହ ଲିଙ୍କ୍ ହୋଇଥିବା ମେଲ୍ ପାଇଁ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପ୍ରାପ୍ତ ଓଟିପି ଏଣ୍ଟର କରନ୍ତୁ ।

– ଏହି ସହ ଇପିଏଫଓ ଆପଣଙ୍କ ଆଧାର-ଇପିଏଫ ଲିଙ୍କ ପାଇଁ ଆପଣଙ୍କୁ କମ୍ପାନୀ ଯୋଗାଯୋଗ କରିବ ।

– ଯଦି କମ୍ପାନୀ ଆପଣଙ୍କର ଆଧାର ସିଡିଙ୍ଗକୁ ଇପିଏଫ ଆକାଉଣ୍ଟ୍ ସହିତ ପ୍ରାମାଣିତ କରିବ, ତେବେ ଇପିଏଫ୍ ଆକାଉଣ୍ଟ୍ ଆଧାର ସହିତ ଲିଙ୍କ୍ ହେବ ।