fbpx

ଅଧିକ ପେନସନ୍ ପାଇଁ ଆବେଦନ କରିବାର ଆଜି ଶେଷ ଦିନ, ୧୨ ଲକ୍ଷ ଲୋକ କରିଛନ୍ତି ଆପ୍ଲାଏ: ଜାଣନ୍ତୁ କିପରି କରିବେ ଆପଣ ?

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ)ରେ ଇପିଏସରୁ ଅଧିକ ପେନସନ୍ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ଦିନ । ଇପିଏଫଓ ଶେଷ ତାରିଖ୨୬ ଜୁନ୍ ୨୦୨୩ ବୋଲି ସ୍ଥିର କରିଛି । ଏପର୍ଯ୍ୟନ୍ତ ଇପିଏଫଓକୁ ଅଧିକ ପେନସନ୍ ପାଇଁ ୧୨ ଲକ୍ଷରୁ ଅଧିକ ଆବେଦନ ମିଳିଛି ।

ଯୋଗ୍ୟ କର୍ମଚାରୀମାନଙ୍କୁ ଜୁନ୍ ୨୬ ସୋମବାର ପର୍ଯ୍ୟନ୍ତ ଆବେଦନ କରିବାକୁ ପଡିବ । ଏହାର ସମୟସୀମା ପୂର୍ବରୁ ବୃଦ୍ଧି କରାଯାଇଛି ଏବଂ ସମୟସୀମାକୁ ଆହୁରି ବୃଦ୍ଧି କରିବାକୁ ଅପେକ୍ଷା କରିବା ପରିବର୍ତ୍ତେ ଯୋଗ୍ୟ ଗ୍ରାହକମାନେ ଯଥାଶୀଘ୍ର ଅଧିକ ପେନସନ୍ ପାଇଁ ଆବେଦନ କରିବା ଉଚିତ୍ ।

କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ମଧ୍ୟ ଏ ସମ୍ପର୍କରେ ଏକ ସର୍କୁଲାର ଜାରି କରିଛି । କର୍ମଚାରୀଙ୍କ ପେନସନ୍ ସ୍କିମ୍ (ଇପିଏସ୍) ଅଧୀନରେ ପ୍ରକୃତ ବେତନ ଆଧାରରେ ଅଧିକ ପେନସନ୍ ଚୟନ କରୁଥିବା କର୍ମଚାରୀଙ୍କ ପାଇଁ ଏହା ଅଧିକ ପେନ୍ସନ୍ର ହିସାବକୁ ଗଣନା କରିଥାଏ । ସର୍କୁଲାର ଅନୁଯାୟୀ, ଯେଉଁମାନେ ୧ ସେପ୍ଟେମ୍ବର ୨୦୧୪ ପୂର୍ବରୁ ଅବସର ନେଉଛନ୍ତି ଏବଂ ଏହି ତାରିଖ ପରେ ଅବସର ନେବେ, ସେମାନଙ୍କ ପାଇଁ ହାୟର ପେନସନ୍ ଗଣନା ଅଲଗା ହେବ ।

କିପରି ଆବେଦନ କରିବେ ?
-ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ସହିତ ଇପିଏଫଓର ପୋର୍ଟାଲରେ ଏକ ଆବେଦନ ଦାଖଲ କରିବାକୁ ପଡିବ ।
-ଲିଙ୍କକୁ ୟୁଏଏନ ସଦସ୍ୟ ଇ-ସେବା ପୋର୍ଟାଲରେ (https://unifiedportal-mem.epfindia.gov.in/memberinterface/) ଆକସେସ୍ କରିବାକୁ ପଡ଼ିବ ।
-ଆବେଦନ ପତ୍ରକୁ ଜମା କରିବା ପରେ ଅଧିକାରୀଙ୍କ ଦ୍ୱାରା ଆବେଦନ ଫର୍ମ ଯାଞ୍ଚ ହେବ ।

ହାୟର ପେନସନ୍ ପାଇଁ କିଏ ଯୋଗ୍ୟ?
୧) ଯେଉଁ କର୍ମଚାରୀମାନେ ୧ ସେପ୍ଟେମ୍ବର ୨୦୧୪ ପୂର୍ବରୁ ଇପିଏଓ ଅଧୀନରେ ସଦସ୍ୟ ଥିଲେ, ଏବଂ ସେହି ତାରିଖ କିମ୍ବା ପରେ ସଦସ୍ୟ ହେବା ଜାରି ରଖନ୍ତି ।

୨) କର୍ମଚାରୀ ଏବଂ ନିଯୁକ୍ତିଦାତା ଯେଉଁମାେ ୫,୦୦୦ କିମ୍ବା ୬,୫୦୦ ର ମାନକ ବେତନ ସୀମାଠାରୁ ଅଧିକ ବେତନ ଉପରେ ଅବଦାନ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.