fbpx

ମଦ ପିଉଥିବା ଲୋକେ ହୋଇଯାଆନ୍ତୁ ସାବଧାନ, ନଚେତ ମିଳିବନି ସରକାରଙ୍କ ସ୍ୱାସ୍ଥ୍ୟବୀମା

ଭୁବନେଶ୍ୱର: ବିଧାନସଭାରେ ମଦ୍ୟପଙ୍କୁ ସ୍ୱାସ୍ଥ୍ୟବୀମା ଦାବି କଲେ ବିଧାୟକ ସନାତନ ମହାକୁଡ଼। ତେବେ ମଦ୍ୟପମାନଙ୍କୁ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା ନାହିଁ ବୋଲି କହିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟରେ ମଦ୍ୟପମାନଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି। ତେବେ ମଦ୍ୟପମାନଙ୍କ ସଂଖ୍ୟା କମାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହି ମଦ୍ୟପମାନଙ୍କୁ ସରକାରଙ୍କ କୌଣସି ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ ନାହିଁ।

ରାଜ୍ୟ ପାଇଁ ନୂଆ ଅବକାରୀ ନୀତି:
ଭାଙ୍ଗ, ତାଡ଼ି ଓ ପୋଚ ପାଇଁ ବି ନିୟମ ଲାଗୁ କରାଯାଇଛି। ଗ୍ରାମୀଣ ଅଞ୍ଚଳରେ ନୂଆ ମଦ ବାର୍ ଖୋଲିବ ନାହିଁ। କେବଳ ଥ୍ରୀ-ଷ୍ଟାର ହୋଟେଲରୁ ହିଁ ନୂଆ ବାର୍ ଲାଇସେନ୍ସ ମିଳିବ। ବାରରେ ବି ହେବନି ଡ୍ୟାନ୍ସ। ବାରରେ କେବଳ ଗୀତ ପରିବେଷଣକୁ ମିଳିବ ଅନୁମତି। ଇକୋ ରିଟ୍ରିଟରେ ମଦ ବିକିବାକୁ ଓଟିଡିସିକୁ ଅନୁମତି ଦିଆଯାଇଛି। ୫୭ ମଦ ଦୋକାନରେ ଲାଇସରନ୍ସ ନବୀକରଣ ହେବ ନାହିଁ। ମଦ ହୋମ୍ ଡେଲିଭରୀ ପାଇଁ ସ୍ୱତନ୍ତ୍ର ଲାଇସେନ୍ସ ଜରୁରୀ। ବେଳାଭୂମିରେ ମଦ ବିକ୍ରିକୁ ମିଳିଲା ଅନୁମତି। ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଏଭଳି ଅନୁମତି। ବେଆଇନ ମଦ କାରବାର ରୋକିବାକୁ ଚଢାଉ ବଢାଯିବ। ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା କରାଯିବ। କର୍ମଚାରୀଙ୍କୁ ତାଲିମ ଓ ଅଧିକ ଗାଡ଼ି ଯୋଗାଇ ଦିଆଯିବ। ନିଶା ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ, ଏଥିପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା ହୋଇଛି।

Get real time updates directly on you device, subscribe now.