fbpx

ନିର୍ବାଚନ ପାଇଁ ରଣପୁରରେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି, ୨ ମଦ ବେପାରୀ ଗିରଫ, ୨୫ ଲିଟର ମଦ ଜବତ

ରଣପୁର (ଭାସ୍କର ନ୍ୟୁଜ୍‌): ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନକୁ ଆଖି ଆଗରେ ରଖି ରଣପୁର ଅବକାରୀ ଥାନା ତରଫରୁ ଚୋରା ମଦ ବିକ୍ରି ଉପରେ ଚଢାଉକୁ ବ୍ୟାପକ କରାଯାଇଥିବା ଜଣାପଡିଛି । ଶୁକ୍ରବାର ଦିନ ନୂଆଶୂକଳ ଗ୍ରାମରେ ଚଢାଉ କରାଯାଇଥିଲା । ମଦ ବିକ୍ରି ଅଭିଯୋଗରେ ଭାସ୍କର ସେଠୀ (୪୩)କୁ ଗିରଫ କରିବା ସହିତ ତାଠାରୁ ୧୫ ଲିଟର ହାତରନ୍ଧା ଦେଶୀମଦ ଓ ( ଓଡି.୨୫. ଏଚ୍‌. ୫୧୯୭) ମୋ ପେଡ୍‌କୁ ଜବତ କରିଥିବା ଜଣାପଡିଛି । ପରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରଘୁନାଥପୁର ଗ୍ରାମରେ ଚଢାଉ କରି ମଦ ବିକ୍ରି ଅଭିଯୋଗରେ ଧୁଶାଃସନ ବିଶ୍ୱାଳ (୬୨) କୁ ଗିରଫ କରିବା ସହ ତା ଠାରୁ ୧୦ ଲିଟର ହାତରନ୍ଧା ଦେଶୀମଦ ଜବତ କରିଥିବା ଜଣାପଡିଛି । ଏହି ଚଢାଉରେ ରଣପୁର ଅବକାରୀ ଥାନା ଇନ୍‌ଚାର୍ଜ ଶୁସାନ୍ତ କୁମାର ମହାପାତ୍ର , ଅତିରିକ୍ତ ଉପ ନିରୀକ୍ଷକ ସୁବାଷ ଚନ୍ଦ୍ର ସେଠୀ , କୃଷ୍ଣଚନ୍ଦ୍ର ପରିଡା , ସନ୍ତୋଷ କୁମାର ପ୍ରଧାନ ଓ ମିତା ନାୟକ ଏହି ଚଢାଉରେ ସାମିଲ୍‌ ହୋଇଥିଲେ । ଉଭୟ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରିଥିବା ଜଣାପଡିଛି ।

Get real time updates directly on you device, subscribe now.