fbpx

Facebook ସର୍ଭର ଡାଉନ୍ ଷଡଯନ୍ତ୍ର ଗୁମର ଖୋଲିବା କାଳ ହେଲା; ସତ କହି ସୁରକ୍ଷା ଚାହୁଁଛନ୍ତି ମହିଳା ଅଧିକାରୀ

ନୂଆଦିଲ୍ଲୀ: ବିଶ୍ୱରେ ସର୍ବାଧିକ ବ୍ୟବହୃତ ହେଉଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ ପ୍ରାୟ ୭ ଘଣ୍ଟା ଧରି ଡାଉନ୍ ରହିଥିଲା । ଏହି ୩ କମ୍ପାନୀର ମାଲିକ ମାର୍କ ଜୁକରବର୍ଗ ଏହି ସମୟ ମଧ୍ୟରେ ପ୍ରାୟ ୫୨ ହଜାର କୋଟି ଟଙ୍କାର କ୍ଷତି ସହିଥିଲେ । ଏହି ସର୍ଭର ଡାଉନର କାରଣ କିଛି ବଗ୍ ବୋଲି କୁହାଯାଉଥିଲେ ହେଁ ବାସ୍ତବତା କିଛି ଅଲଗା ରହିଛି । ଫେସବୁକର ଜଣେ ପୂର୍ବତନ କର୍ମଚାରୀ ଲାଇଭ ଟିଭିରେ ଫେସବୁକର ଗୁମର ଖୋଲିବା ପରେ କମ୍ପାନୀ ପକ୍ଷରୁ ଏହି ସର୍ଭର ଡାଉନ କରାଯାଇଥିଲା । ପୂର୍ବତନ ଫେସବୁକ୍ କର୍ମଚାରୀ ଫ୍ରାନ୍ସେସ ହ୍ୟୁଗେନଙ୍କୁ ଏହି ସର୍ଭର ଡାଉନ ପାଇଁ ଦାୟୀ କରାଯାଉଛି । ନିଜର ପରିଚୟ ପ୍ରକାଶ କରିବା ସହିତ କିଭଳି ଫେସବୁକ ଅଧିକ ଲାଭ ଆଶାରେ ବ୍ୟକ୍ତିଗତ ସୁରକ୍ଷାକୁ କ୍ଷୁର୍ଣ୍ଣ କରୁଛି ତାହା ପ୍ରକାଶ କରିଥିଲେ ହ୍ୟୁଗେନ୍ । ଆମେରିକୀୟ କଂଗ୍ରେସ ଏବଂ ୱାଲଷ୍ଟ୍ରିଟ ଜର୍ଣ୍ଣାଲ ନିକଟରେ ବିଭିନ୍ନ ଅନ୍ତରୀଣ ଦସ୍ତାବିଜ ଦେଖାଇବା ସହିତ ଫେସବୁକର କଳା କାରନାମା ପ୍ରଘଟ କରିଥିଲେ । ଏହା ସହିତ ବର୍ତ୍ତମାନ ହ୍ୱିଷ୍ଟଲ ବ୍ଲୋୟର ପ୍ରୋଟେକ୍ସନ ଆକ୍ଟ ଆଧାରରେ ସୁରକ୍ଷା ଦାବି କରିଛନ୍ତି ଫ୍ରାନ୍ସେସ ।

କିଭଳି ଅଧିକ ଲାଭ ଆଶାରେ ଫେସବୁକ ଏହାର ଆଲଗୋରିଦିମକୁ ନେଇ ଗ୍ରାହକଙ୍କ ଭାବନା ସହିତ ଖେଳୁଛି ତାହା ପ୍ରକାଶ କରିଥିଲେ ଫ୍ରାନ୍ସିସ । ୬୦ ମିନିଟସକୁ ଦେଇଥିବ ସାକ୍ଷାତକାରରେ ଫ୍ରାନ୍ସେସ ଏହି ଗୁମର ଖୋଲିଥିଲେ । ଲାଭକୁ ସୁରକ୍ଷା ଅପେକ୍ଷା ଫେସବୁକ ଅଧିକ ଗୁରୁତ୍ୱ ଦେଉଛି ବୋଲି କହିଥିଲେ ଏହି ପୂର୍ବତନ କର୍ମଚାରୀ । ଫେସବୁକ ଅଧିକ ବିପଜ୍ଜନକ ଏପରିକି ଇନଷ୍ଟାଗ୍ରାମ କିଡ୍ସ ମଧ୍ୟ ସମ ପରିମାଣରେ ବିପଜ୍ଜନକ । ଫେସବୁକ ନିଜକୁ ନିଜେ ସଜାଡିବା ଭଳି ପ୍ରତୀୟମାନ ହେଉ ନଥିବାରୁ ସେ ଏମିତି ପଦକ୍ଷେପ ନେଲେ ବୋଲି କହିଛନ୍ତି ଫ୍ରାନ୍ସେସ । ଫ୍ରାନ୍ସେସଙ୍କ ଏହି ଖୁଲାସା ଫେସବୁକ ଏବଂ ଏହାର ଅନ୍ୟ ୨ ସହଯୋଗୀ ସୋସିଆଲ ମିଡିଆ କମ୍ପାନୀ ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ ପ୍ରାୟ ୭ ଘଣ୍ଟା ପାଇଁ ବନ୍ଦ ରହିଥିଲା ।

Get real time updates directly on you device, subscribe now.