fbpx

ମଦ ତିଆରି ଆଡ୍ଡାରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଚଢାଉ, ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ନବରଙ୍ଗପୁର (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଛତିଶଗଡ ସୀମାନ୍ତ ମୁଣ୍ଡାଗୁଡା ଗ୍ରାମରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଏହି ଚଢଉରେ ବିଦେଶୀ ମଦ କାରଖାନାକୁ ଠାବ କରିବା ସହ ବିୁଳ ପରିମାଣର ନକଲି ବିଦେଶୀ ମଦ ବୋତଲ ଓ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ସ୍ପିରଟ ଜବତ କରାଯାଇ ଏହି ମାମଲାରେ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ କୋଷାଗୁମୁଡା ବ୍ଲକର ଛତିଶଗଡ ସୀମାନ୍ତ ଅଞ୍ଝଳରେ ସ୍ପିରିଟ ଓ କାରାମିଲରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ତିଆରି କରାଯାଇ ବିକ୍ରି କରାଯାଉଥିବା କୈାଣସି ସୁତ୍ରରୁ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ସୂଚନା ପାଇ ମୁଣ୍ଡାଗୁଡାରେ ଚଢାଉ କରିଥିଲା । ଚଢଉ ବେଳେ ୧୨ଲିଟର ନକଲି ଓ ୪୦ଲିଟର ସ୍ପିରିଟ,ମଦର ରଙ୍ଗ ପାଇଁ କାରାମିଲ୍‌ ତେଲ ୧ଲିଟର,ବିଭିନ୍ନ ବ୍ରାଣ୍ଡର ବିଦେଶି ନକଲି ମଦ,ବିୟର ଏବଂ ହିମାଚଳ ପ୍ରଦେଶରେ ବିକ୍ରି ପାଇଁ ଉପଲବ୍ଧ ଥିବା ଗୋଆ ବ୍ରାଣ୍ଡର ୪୮ଟି ବୋତଲ ସମେତ ୨୦୦ଟି ଖାଲି ବୋତଲ ଜବତ କରାଯାଇଥିଲା । ଚଢଉ ବେଳେ ବାପା ସୀତାରମ ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ପୁଅ ଫେରାର ହୋଇଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଜବତ ହୋଇଥିବା ସମସ୍ତ ମଦ ଏବଂ ସ୍ପିରଟ ପରୀକ୍ଷା ପାଇଁ ଲାବୋରେଟୋରିକି ପଠାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଚଢାଉରେ ଏସଆଇ ବିଶ୍ୱଜିତ ଦାସଙ୍କ ସମେତ, ଜେ.କେ.ନାୟକ, ଏଏସଆଇ ତରୁଣ ପାତ୍ର,କେ.ଚନ୍ଦ୍ରଶେଖର ରେଡ୍ଡୀ,କେଦାରନାଥ ନାୟକ,କପିଳ ଭତ୍ରା,ସୀତାରାଣୀ ମୁର୍ମୁ,ସୁମୁତ୍ରା ସାହୁ,ସୁବ୍ରତ ବେହେରା ପ୍ରମୁଖ ଭାଗ ନେଇଥିଲୋ

Get real time updates directly on you device, subscribe now.