fbpx

ଫ୍ୟାନ୍ସଙ୍କୁ ଲାଗିଲା ଝଟକା, ‘ମୁଁ କିଛି ବି ଶୁଣି ପାରୁ ନାହିଁ…’ ଇନଷ୍ଟାଗ୍ରାମରେ ଏପରି କିଛି ଲେଖି ନିଜ ଯନ୍ତ୍ରଣା ପ୍ରକାଶ କରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଅଳକା ୟାଗ୍ନିକ୍

Advertisement

ମୁମ୍ବାଇ: ବଲିଉଡ଼ର ବିଶିଷ୍ଟ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଅଳକା ୟାଗ୍ନିକ୍ । ବଲିଉଡ ଜଗତକୁ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି । ତାଙ୍କ ସୁମଧୁର ଆୱାଜର ଆଜି ବି ଅନେକ ଦିୱାନା ଅଛନ୍ତି । ନିକଟରେ ଅଳକାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହା ତାଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଦେଇଛି ।

ବାସ୍ତବରେ ଅଳକା ୟାଗ୍ନିକ୍ ଏକ ଗମ୍ଭୀର ରୋଗରେ ପୀଡ଼ିତ । ଏନେଇ ଅଳକା ଇନଷ୍ଟାଗ୍ରାମରେ ଏକ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ମୋର ସମସ୍ତ ଫ୍ୟାନ୍ସ, ସାଙ୍ଗସାଥି, ଫଲୋଅର୍ସ ଏବଂ ଶୁଭଚିନ୍ତକମାନେ । କିଛି ସପ୍ତାହ ପୂର୍ବରୁ ମୁଁ ଯେତେବେଳେ ଫ୍ଲାଇଟରୁ ବାହାରିଲି ମୋତେ ହଠାତ ଅନୁଭବ ହେଲା କି ମୁଁ କିଛି ଶୁଣି ପାରୁ ନାହିଁ । ଏହା ପରେ ମୋତେ ଜଣାପଡ଼ିଲା ଯେ ଭାଇରାଲ ଆଟାକରେ ପୀଡ଼ିତ ହେବା କାରଣରୁ ମୋ ଶ୍ରବଣ ଶକ୍ତି ବନ୍ଦ ହୋଇଯାଇଛି । ଡାକ୍ତରଙ୍କ କହିବାନୁଯାୟୀ ଏହା ଏକ ବିରଳ ସେନ୍ସରୀ ହିଅରିଂ ଲସ୍ । ଏହା ଶୁଣି ମୁଁ ମଧ୍ୟ ଚକିତ ହୋଇଯାଇଥିଲି । ମୁଁ ଏହାକୁ ସ୍ୱିକାର କରିପାରୁ ନାହିଁ । ଆପଣମାନେ ମୋତେ ନିଜ ପ୍ରାର୍ଥନାରେ ମନେରଖିବେ ।’

ଏହା ବ୍ୟତୀତ ଅଳକା ନିଜ ଫ୍ୟାନ୍ସଙ୍କୁ ଏହି ବିରଳ ରୋଗ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, ମୋ ଫ୍ୟାନ୍ସ ଏବଂ ଯୁବ ସାଙ୍ଗସାଥିଙ୍କୁ ହେଡଫୋନ୍ ଏବଂ ଲାଉଡ୍ ମୁ୍ୟଜିକକୁ ନେଇ ଚେତାବନୀ ଦେବାକୁ ଚାହୁଁଛି । କେଉଁ ଦିନ ନିଜ ବୃତ୍ତିଗତ ଜୀବନରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କ୍ଷତି ବିଷୟରେ ଅବଗତ କରାଇବି ।

 

Get real time updates directly on you device, subscribe now.