fbpx

ଖୁସି ଖବର, ଚାଷୀଙ୍କୁ ମିଳିବ ୯୦% ସବସିଡି: ସରକାର ଆରମ୍ଭ କଲେ ନୂଆ ଯୋଜନା

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ କୃଷକଙ୍କ ପାଇଁ ଏକ ନୂଆ ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ପାଇଁ ଏବଂ କୃଷକଙ୍କୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସରକାର ଏକ ନୂଆ ସ୍କିମ ଆଣିଛନ୍ତି । ତେବେ ଏହାଦ୍ୱାରା କୃଷଖ ୯୦% ପର୍ଯ୍ୟନ୍ତ ସବସିଡି ପାଇପାରିବେ । ଦେଶର କୋଟି କୋଟି କୃଷକ ଏହି ଯୋଜନାରେ ଉପକୃତ ହୋଇପାରିବେ ବୋଲି କୁହାଯାଉଛି । କେନ୍ଦ୍ର ସରକାରଙ୍କର ଏହି ଯୋଜନା ହେଉଛି ପିଏମ୍ କୁସୁମ ଯୋଜନା । ଯେଉଁ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସୌର ପମ୍ପ ସ୍ଥାପନ କରିବା ପାଇଁ ସୁବିଧା ଯୋଗାଇ ଦିଆଯିବ ।

ପିଏମ୍ କୁସୁମ ଯୋଜନା ଦ୍ୱାରା କୃଷକମାନେ ସୌରଶକ୍ତି ବ୍ୟବହାର କରି ସ୍ୱଳ୍ପ ମୂଲ୍ୟରେ ଭଲ ଫସଲ ଅମଳ କରିପାରିବେ । କୃଷକମାନଙ୍କୁ ନିଜ ଜମିରେ ସୌର ପ୍ୟାନେଲ ସ୍ଥାପନ କରିବା ପାଇଁ ଏହି ଯୋଜନା ଖୁବ ସହାୟକ ହେବ । ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ୯୦ ପ୍ରତିଶତ ସବସିଡି ସୋଲାର ପମ୍ପ ଯୋଜନା ସବସିଡି ଭାବେ ପ୍ରଦାନ କରାଯିବ । ତେବେ ଦେଶର କୋଟି କୋଟି କୃଷକ ଏହି ଯୋଜନା ମାଧ୍ୟମରେ ଉପକୃତ ହୋଇପାରିବେ । କ୍ଷେତରେ ପାଣି ଦେବା ପାଇଁ ବିଦ୍ୟୁତ କିମ୍ବା ଟ୍ୟୁବୱେଲ ବ୍ୟବହାର କରିଥାନ୍ତି । ତେବେ ଏଥିରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କୁସୁମ ଯୋଜନା ଅଧୀନରେ ସୌର ପ୍ୟାନେଲର ସୁବିଧା ଦେବେ କେନ୍ଦ୍ର ସରକାର ।

୨୦୧୯ ମସିହାରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଏଥିରେ ୯୦% ସବସିଡି ପ୍ରଦାନ କରାଯାଏ । ଏହା ମଧ୍ୟରୁ କେନ୍ଦ୍ର ସରକାରଙ୍କ ତରଫରୁ ୩୦%, ରାଜ୍ୟ ସରକାରଙ୍କ ତରଫରୁ ୩୦% ଏବଂ ଅନ୍ୟ ଆର୍ଥିକ ସଂସ୍ଥା ପକ୍ଷରୁ ୩୦% ସବସିଡି ମିଳିଥାଏ । ଅର୍ଥାତ୍ ମାତ୍ର ୧୦% ଖର୍ଚ୍ଚ ଦେଇଥାନ୍ତି ଜଣେ କୃଷକ ।

ତେବେ ଏଥିପାଇଁ ଆବେଦନ କରିବାକୁ ହେଲେ ପ୍ରଥମେ ସରକାରଙ୍କ ଅଫିସିଆଲ ୱେବସାଇଟକୁ ଯାଇ ଏହାର ଅନଲାଇନ ଫର୍ମ ଭରିବାକୁ ପଡିବ । ଅନଲାଇନ ଫର୍ମ ପୂରଣ କରିବା ପରେ ଆଧାର କାର୍ଡ, ଖସଡା ସହିତ ଜମିର ଦଲିଲ, ପ୍ରମାଣ ପତ୍ର, ବ୍ୟାଙ୍କ ପାସବୁକ ଇତ୍ୟାଦି ଡକ୍ୟୁମେଣ୍ଟ ପ୍ରଦାନ କରିବାକୁ ହେବ ।

Get real time updates directly on you device, subscribe now.