fbpx

ପୁଅ ମୁହଁରେ ସିଗାରେଟ ରଖି ଗୁଳି ଚଳାଇଲେ ବାପା: ଆଉ ତାପରେ ଯାହା ହେଲା…… ଭିଡିଓ ଭାଇରାଲ

Advertisement

ନୂଆଦିଲ୍ଲୀ: ସୋଶିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ପୁଅକୁ ନେଇ ଅଦ୍ଭୁତ ଆଉ ଏକ ଆଶ୍ଚର୍ଯ୍ୟପ୍ରକାରର ଏକ୍ସପେରିମେଣ୍ଟ କରୁଛନ୍ତି ଜଣେ ବ୍ୟକ୍ତି । ଏମିତି ଏକ କାରନାମା କରୁଛନ୍ତି ଯାହା ହୁଏତ ପୁଅର ଜୀବନ ମଧ୍ୟ ନେଇପାରେ । ପୁଅ ମୁହଁରେ ସିଗାରେଟ ରକି ବନ୍ଧୁକ ଚାଳନା କରୁଛନ୍ତି ଏହି ବ୍ୟକ୍ତି ଜଣକ । ଆଉ ଦେଖନ୍ତୁ ତା ପରେ କଣ ହେଉଛି । ଏହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ଦକ୍ଷିଣ ଇରାକର ଏକ ଅଞ୍ଚଳର ବୋଲି ଜଣାପଡିଛି । ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ବିରୋଧ କରିବା ସହ ବ୍ୟକ୍ତିଙ୍କ ଏପରି କାରନାମାକୁ ନିନ୍ଦା ମଧ୍ୟ କରିଛନ୍ତି । ନିଜ ଶୁଟିଙ୍ଗ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ପୁଅର ଜୀବନକୁ ବି ବାଜିରେ ଲଗାଇ ଦେଇଛନ୍ତି ଏହି ବ୍ୟକ୍ତି ଜଣକ । ପୁଅ ମୁହଁରେ ଏକ ସିଗାରେଟ ରଖି ଏହାକୁ ଲକ୍ଷ୍ୟଭେଦ କରିବା ପାଇଁ ଚେଷ୍ଟା କରୁଛନ୍ତି । ପୁଅ ମଧ୍ୟ ଆକାଶକୁ ମୁହଁ କରି ସିଗାରେଟ ନିଜ ପାଟିରେ ରଖି ଦେଇଛି ଯାହାକୁ ଟାର୍ଗେଟ କରୁଛନ୍ତି ବାପା । ଏହାପରେ ବ୍ୟକ୍ତିଜଣକ ସିଗାରେଟକୁ ଗୁଳି ମଧ୍ୟ ଚଳାଇଛନ୍ତି । ଆଉ ତାପରେ…………… ବାପାଙ୍କ ବନ୍ଧୁକରୁ ବାହାରିଥିବା ଗୁଳି ସିଧା ଯାଇ ସିଗାରେଟର ଉପରି ଭାଗରେ ଲାଗିଥିଲା । ଏବଂ ସିଗାରେଟ ଦୁଇ ଖଣ୍ଡ ହୋଇଯାଇଥିଲା । ତେବେ ପୁଅ ଦେହରେ କିମ୍ବା ମୁହଁରେ ଗୁଳି ଲାଗି ନାହିଁ ।

ଏହିସବୁ ଘଟଣାକୁ କ୍ୟାମେରାରେ ରେକର୍ଡ କରାଯାଇଛି । ସୋଶିଆଲ ମିଡିଆରେ ଏହି ଭିଡିଓ ଅପଲୋଡ ହେବା ପରେ ଏହା ଭାଇରାଲ ହେବା ସହ ଅନେକ ୟୁଜର୍ସ ଏହି ବ୍ୟକ୍ତିଙ୍କ ଉପରେ ଭୀଷଣ ରାଗି ଯାଇଛନ୍ତି । ତେବେ ଥରେ ଚିନ୍ତା କରନ୍ତୁ ଲକ୍ଷ୍ୟଭେଦରେ ଯଦି ଟିକିଏ ଓଲଟ ପାଲଟ ହୋଇତାଆନ୍ତା କିମ୍ବା ପୁଅ ଯଦି ଟିକିଏ ହଲଚଲ ହୋଇଥାଆନ୍ତା ତାହେଲେ ପରିସ୍ଥିତି କଣ ହୋଇ ଥାଆନ୍ତା । ଏକ୍ସପେରିମେଣ୍ଟ ଚକ୍କରରେ ନିଜ ପୁଅକୁ ହରାଇ ବସିଥାଆନ୍ତା ଗେଟିଏ ବାପ । ତେଣୁ ଆପଣ ଏଭଳି କିଛି ଏକ୍ସପେରିମେଣ୍ଟ କରିବାରୁ ନିବୃତ୍ତ ରୁହନ୍ତୁ ।

Get real time updates directly on you device, subscribe now.