କଟକ: ଆୟୁଷ୍ମାନ ଭାରତ ଯୋଜନା ଆଜି ଶୁଭାରମ୍ଭ ହେବାକୁ ଯାଉଛି । କଟକ ବାଲିଯାତ୍ରା ପଡ଼ିଆରେ ଏ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡାଙ୍କ ଦ୍ୱାରା ଯୋଜନାର ଶୁଭାରମ୍ଭ କରାଯିବାକୁ ଥିବାବେଳେ ଆୟୋଜିତ କାର୍ଯ୍ୟକ୍ରମରେ ଝଗଡ଼ା ହୋଇଛି ।
ଦୁଇଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ମୁତୟନ ପୋଲିସ ସ୍ଥାନୀୟ ଅଞ୍ଚଳରେ ମୁତୟନ ପୋଲିସ ସେମାନଙ୍କୁ ଅଟକାଇଥିବା ଜଣାପଡ଼ିଛି ।
ତେବେ କେଉଁ କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା ତାହା ଜଣାପଡ଼ି ନ ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏବେ ସ୍ଥିତି ଭଲ ଥିବା ଜଣାପଡ଼ିଛି ।
ସେପଟେ ଓଡ଼ିଶାରେ ପହଞ୍ଚିସାରିଲେଣି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ଭୁବନେଶ୍ୱର ବିମାନବନ୍ଦରରୁ ସିଧା ବାଲିଯାତ୍ରା ପଡ଼ିଆକୁ ଯାଉଛନ୍ତି ।