fbpx

ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ବିରୋଧରେ ଆସାମରେ ଏତଲା ରୁଜୁ

ନୂଆଦିଲ୍ଲୀ: ଆସାମରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏବଂ ଏହାର ମୁଖ୍ୟ ଆୟୋଜକ କେବି ବାଇଜୁଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଏତଲା ରୁଜୁ ହେବା ନିଶ୍ଚିତ କରି ଜୋରହାଟ ଆରକ୍ଷୀ ଅଧୀକ୍ଷକ ମୋହନ ଲାଲ ମୀନା ବିବିସିକୁ କହିଛନ୍ତି, ରୁଟ୍ ପରିବର୍ତ୍ତନ ନେଇ ନିୟମ ଉଲ୍ଲଂଘନ ହୋଇଛି, ତେଣୁ ଏକ ମାମଲା ରୁଜୁ କରାଯାଇଛି। ଆସାମ ପୋଲିସର କହିବା ଅନୁଯାୟୀ, ଜାନୁଆରୀ ୧୮ ତାରିଖରେ ଜୋରହାଟ ସହରରେ ଯାତ୍ରାର ରାଜ୍ୟ ଅନୁମୋଦିତ ମାର୍ଗରୁ ବିଚ୍ୟୁତ ହେବା ଅଭିଯୋଗରେ ଏଫଆଇଆର ରୁଜୁ କରାଯାଇଥିଲା ।

ଜୋରହାଟରେ ନିୟୋଜିତ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଯାତ୍ରା ସହରର କେବି ରୋଡ ଆଡକୁ ଯିବା ପରିବର୍ତ୍ତେ ଏକ ଭିନ୍ନ ମାର୍ଗ ନେଇଥିଲା । ପୋଲିସ ଅଧିକାରୀଙ୍କ କହିବା ନୁସାରେ, ମାର୍ଗ ପରିବର୍ତ୍ତନ ଯୋଗୁଁ ହଠାତ୍ ଲୋକଙ୍କ ଭିଡ଼ ସେଠାରେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି କରିଥିଲା। ଏଭଳି ପରିସ୍ଥିତିରେ ନିର୍ଦ୍ଧାରିତ ନିୟମ ଉଲ୍ଲଂଘନ ଅଭିଯୋଗରେ ଯାତ୍ରାର ମୁଖ୍ୟ ଆୟୋଜକଙ୍କ ବିରୋଧରେ ଜୋରହାଟ ସଦର ଥାନାରେ ଏତଲା ରୁଜୁ ହୋଇଛି। ଏତଲାର ଜବାବ ଦେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଗଣମାଧ୍ୟମକୁ କହିଛନ୍ତି, ଗାଇଡଲାଇନ ଉଲ୍ଲଂଘନ ହୋଇନାହିଁ ଏବଂ କୌଣସି ନିୟମ ଭାଙ୍ଗିନାହିଁ। ଲୋକମାନେ ଯେପରି ଯାତ୍ରାରେ ସାମିଲ ହେବାକୁ ନ ଆସନ୍ତି ସେଥିପାଇଁ ଆସାମ ମୁଖ୍ୟମନ୍ତ୍ରୀ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ମୁଁ ରାହୁଲଙ୍କୁ ଭେଟି ପାରିବି ନାହିଁ। କିନ୍ତୁ ଆମ ଯାତ୍ରାକୁ କେହି ଅଟକାଇ ପାରିବେ ନାହିଁ।

ଅନ୍ୟପକ୍ଷରେ ଶନିବାର ସପ୍ତମ ଦିନରେ ଆସାମର ଲକ୍ଷ୍ମୀପୁରରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି। ଜାନୁଆରୀ ୧୪ତାରିଖରୁ ମଣିପୁରରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସାମର ୧୭ଟି ଜିଲ୍ଲା ଦେଇ ପ୍ରାୟ ୮୩୩ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ।

Get real time updates directly on you device, subscribe now.