fbpx

ଚୌଦ୍ୱାର ଚାରବାଟିଆ ARCରେ ଅଗ୍ନିକାଣ୍ଡ

Advertisement

କଟକ,୨୮ ।୧(ଓଡିଶା ଭାସ୍କର): ଚୌଦ୍ୱାର ଚାରବାଟିଆ ଏଆରସିରେ ଆଜି ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏଆରସି ବା ଆଭିଏସନ ରିସର୍ଚ୍ଚ ସେଣ୍ଟର ପରିସରର ଏକ ସ୍ଥାନରେ ନିଆଁ ଲାଗିଛି । ନିଆଁଙ୍କୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ କଟକ ଓ ଚୌଦ୍ୱାର ୫ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । କିନ୍ତୁ କେଉଁ ପରିସ୍ଥିତିରେ ନିଆଁ ଲାଗିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ପ୍ରାୟ ୪ ଘଣ୍ଟା ଧରି ନିଆଁ ଲାଗିଥିବା ସୂଚନା ମିଳିଛି । ଏଆରସିରେ ହୋଇଥିବା ଅଗ୍ନିକାଣ୍ଡର କ୍ଷୟକ୍ଷତି ବିଷୟରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ । ଅନ୍ୟପଟେ ଏଆରସିରେ ଥିବା ଗୋଳାବାରୁଦ ସୁରକ୍ଷିତ ଅଛି ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.