fbpx

ଗ୍ୟାସ ଲିକ୍ ରୁ ଅଗ୍ନିକାଣ୍ଡ; ନିଆଁରେ ଜଳି ୭ ଶିଶୁଙ୍କ ସମେତ ୨୧ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ପାଲେଷ୍ଟାଇନ ଗାଜା ଷ୍ଟ୍ରିପରରେ ଥିବା ଏକ ଶରଣାର୍ଥୀ ଶିବିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ୨୧ ଜଣ ନିଆଁରେ ଜଳି ସେମାନଙ୍କ ପ୍ରାଣ ହରାଇଛନ୍ତି । ତେବେ ଏହି ମୃତକମାନଙ୍କ ମଧ୍ୟରେ ୭ ଜଣ ଶିଶୁଥିବା ଜଣା ପଡିଛି । ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ଗାଜାର ଜନବହୁଳ ଜାବାଲିଆ ଶରଣାର୍ଥୀ ଶିବିରରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ମୋଟ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଘଟଣାକୁ ନେଇ ଗାଜାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ, ଜାବାଲିଆ ଶରଣାର୍ଥୀ ଶିବିରରେ ଥିବା ଏକ ୪ ମହଲା ଆବାସିକ କୋଠାରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ଅନେକ ସମୟ ଧରି ପରିର୍ଶମ କରିବା ପରେ ଏହି ନିଆଁକୁ ଆୟତ କରି ହୋଇଥିଲା । କିନ୍ତୁ ସେତେବେଳକୁ ବହୁତ କିଛି କ୍ଷୟ କ୍ଷତି ହୋଇସାରିଥିଲା ।

ସୂଚନା ମୁତାବକ, ଅଗ୍ନିକାଣ୍ଡ ହୋଇଥିବା କୋଠାରେ ବହୁ ପରିମାଣର ଗ୍ୟାସୋଲିନ୍ ଷ୍ଟୋର କରି ରଖାଯାଇଥିଲା । ଯାହାଫଳରେ ଏହି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ନିଆଁ ଏତେ ଦ୍ରୁତ ଗତିରେ ଲାଗିଥିଲା ଯେ,ଆଖି ପିଛୁଳାକେ ଚାରିଆଡେ ବ୍ୟାପି ଯାଇଥିଲା । ଫଳରେ ସେଠାରେ ଥିବା ଲୋକମାନ ଉଦ୍ଧାର ପାଇଁ ଚିତ୍କାର କରୁଥିଲେ ମଧ୍ୟ ସେମାନଙ୍କୁ ସହଜରେ ଉଦ୍ଧାର କରାଯାଇ ପାରି ନଥିଲା । ଫଳରେ ଘଟଣାସ୍ଥଳରେ ହିଁ ୨୧ ଜଣ ଜିବନ୍ତ ଦଗ୍ଧ ହୋଇ ନିଜ ପ୍ରାଣ ହରାଇଲେ । ଯେଉଁଥିରେ ୭ଜଣ ଶିଶୁ ଥିବା ମଧ୍ୟ ଜଣା ପଡିଛି ।

ତେବେ ଏହି ଘଟଣାକୁ ନେଇ ପାଲେଷ୍ଟାଇନ କର୍ତ୍ତୃପକ୍ଷ, ରାଷ୍ଟ୍ରପତି ମହମୁଦ ଅବ୍ବାସ ଏହାକୁ ଏକ ଜାତୀୟ ଦୁଃଖଦ ଘଟଣା ବୋଲି କହିଛନ୍ତି । ଏଥିସହିତ ଦେଶରେ ଦିନିକିଆ ଶୋକ ଦିବସ ମଧ୍ୟ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.