fbpx

ଗୋଟିଏ ସାଙ୍ଗକୁ ଛୁରୀ ଭୁସି ବିଭତ୍ସ ହତ୍ୟାକଲେ ୫ ଜଣ ସାଙ୍ଗ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅଧିନରେ ଥିବା ଇନ୍ଦୁପୁର ଧୂମାତ କେନାଲ ବନ୍ଧ ଉପରେ ଘଟିଛି ଏହି ଘଟଣା । ଏଠାରେ ଛୁରୀ ଭୁସି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ତେବେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି । ମୃତ ଯୁବକ ହେଉଛନ୍ତି ଚାରି ଗାଁର ତ୍ରିଲୋଚନ ମଲିକ ତାଙ୍କ ବୟସ ୩୦ ବର୍ଷ । ଏହି ଘଟଣାର ଖବର ଗାଁ ଲୋକମାନେ ପାଇବା ପରେ ପୋଲିସକୁ ଖବର ଦେଇଥିଲେ ଏହା ପରେ ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁସାରେ ଏହି ବନ୍ଧ ଉପରେ ବସି ସାଙ୍ଗମାନେ ନିଶା ଖାଉଥିଲେ । ଏହା ପରେ କୌଣସି କଥାକୁ ନେଇ ପରସ୍ପର ଭିତରେ ଗଣ୍ଡୋଗଳ ହୋଇଥିଲା । ଏହା ପରେ ଜଣେ ସାଙ୍ଗ ଆଉଜଣେ ସାଙ୍ଗଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଆଜି ଦିନ ୧୨ଟାରେ ୬ ଜଣ ସାଙ୍ଗ ଧୂମାତ ବନ୍ଧ ଉପରେ ବସି ନିଶା ସେବନ କରୁଥିଲେ । ଏହା ପରେ ପାଟିତୁଣ୍ଡ ହୋଇଥିଲା । ତେବେ ଛୁରୀରେ ଯୁବକଙ୍କୁ ଆକ୍ରମଣ କରିବା ପରେ ୫ ଜଣ ସାଙ୍ଗ ସେଠାରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତ୍ରିଲୋଚନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଜଣାପଡିଥିଲା । ତେବେ ମୃତକଙ୍କ ନା’ରେ ବିଭିନ୍ନ ଥାନାରେ ମାମଲା ଥିବା ଜଣା ପଡିଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.