fbpx

ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ଭାରତର ୫ଟି ସ୍ଥାନ ବିଷୟରେ ଜାଣନ୍ତୁ

ଭାରତବର୍ଷର ଅନେକ ସ୍ଥାନରେ ଶୀତଋତୁର ଆଗମନରେ ସୌନ୍ଦର୍ଯ୍ୟମୟ ହୋଇ ଉଠିଥାଏ । ଉକ୍ତ ପାହାଡ଼ ପର୍ବତ ଘେରା ଅଞ୍ଚଳମାନଙ୍କରେ ଭୟଙ୍କର ଥଣ୍ଡା ପବନ ସାଙ୍ଗକୁ ତାପମାତ୍ରାରେ ହ୍ରାସ ଘଟି ପ୍ରବଳ ଶୀତ ଅନୁଭୂତ ହୋଇଥାଏ । ଫଳରେ ସେଠାରେ ଜଣେ ଗୋଟିଏ ରାତି ଯାପନ କରିବା ପୂର୍ବରୁ ଶହେ ଥର ଭାବିଥାଏ । ତୁଷାର ଆଚ୍ଛାଦିତ ଉପତ୍ୟକା କିମ୍ବା ଉତ୍ତର-ପୂର୍ବ ହିମାଳୟ ଆଦି ଅଞ୍ଚଳ ମାନଙ୍କରେ ବସବାସ କରୁଥିବା ଲୋକମାନେ ପ୍ରବଳ ଶୀତକୁ ସାମନା କରିଥାନ୍ତି ।

୧- କାରଗିଲ: ୧୯୯୯ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ ହୋଇଥିଲା । କାରଗିଲ କେବଳ ଯୁଦ୍ଧ ପାଇଁ ନୁହେଁ, ପ୍ରବଳ ଥଣ୍ଡା ଅଞ୍ଚଳ ଭାବେ ମଧ୍ୟ ଜଣାଶୁଣା । ଶ୍ରୀନଗର-ଲେହ ରାଜପଥରେ ୩୩୨୫ ମିଟର ଉଚ୍ଚରେ ଅବସ୍ଥିତ କାରଗିଲ ଭାରତ-ପାକ ସୀମାରେ ଅବସ୍ଥିତ । ଶୀତର ଆଗମନରେ ଏଠାରେ ତାପମାତ୍ରା -୨୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ ।

୨- ଲଦାଖ: ହିମାଳୟ ପର୍ବତମାଳା ମଧ୍ୟରେ ରହିଥିବା ଲଦାଖକୁ କେନ୍ଦ୍ର ସରକାର ୨୦୧୯ରେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରିଥିଲେ । ଜାନୁଆରୀ ଏଠାରେ ହାରାହାରି ତାପମାତ୍ରା -୧୨ ଡିଗ୍ରୀ ଓ ସର୍ବୋଚ୍ଚ ତାପମାତ୍ରା -୨ ଡିଗ୍ରୀକୁ ଖସିଯାଇଥାଏ । ତେଣୁ ଏହି ସ୍ଥାନକୁ କେବଳ ଗ୍ରୀଷ୍ମଋତୁରେ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

୩- ଲାଚେନ ଓ ଥାଙ୍ଗୁ ଘାଟି: ସିକିମର ଉତ୍ତର ଭାଗରେ ଅବସ୍ଥିତ ଲାଚେନ ଓ ଥାଙ୍ଗୁ ଘାଟି ଏକ ପର୍ଯ୍ୟଟନ ସ୍ଥଳ ଭାବେ ଜଣାଶୁଣା । ପ୍ରାୟ ୨୫୦୦ ମିଟର ଉଚ୍ଚରେ ଅବସ୍ଥିତ ଏହି ସ୍ଥାନରେ ଜାନୁଆରୀ ମାସରେ ତାପମାତ୍ରା -୧୦ରୁ -୧୫ ଡିଗ୍ରୀ ପର୍ଯ୍ୟନ୍ତ ଚାଲିଯାଇଥାଏ ।

୪- ତୱାଙ୍ଗ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ମଧ୍ୟଭାରତର ସବୁଠାରୁ ଥଣ୍ଡା ସ୍ଥାନ । ଏହି ସ୍ଥାନକୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଶୀତ ଋତୁରେ ଏଠାରେ ତାପମାତ୍ରା -୧୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଥାଏ ।

୫- ସିଆଚେନ ଗ୍ଲାସିଅର: ଦେଶର ସବୁଠାରୁ ଥଣ୍ଡା ସ୍ଥାନ ଭାବେ ସିଆଚେନ ଗ୍ଲାସିଅରକୁ ଗଣାଯାଏ । ୫୭୫୩ ମିଟର ଉଚ୍ଚରେ ଥିବା ଏହି ସ୍ଥାନରେ ଜାନୁଆରୀରେ ତାପମାତ୍ରା -୫୦ ଡିଗ୍ରୀରେ ପହଞ୍ôଚ ଯାଇଥାଏ । ଅତ୍ୟଧିକ ଥଣ୍ଡାକୁ ସହ୍ୟ କରି ଭାରତ ଓ ପାକିସ୍ତାନର ବହୁ ଯବାନ ଏହି ସ୍ଥାନରେ ରହିଛନ୍ତି । ପ୍ରତିକୂଳ ପରିବେଶ ହେତୁ ଏଠାରେ ହଜାର ହଜାର ଯବାନଙ୍କର ମୃତ୍ୟୁ ଘଟିଥାଏ ।

Get real time updates directly on you device, subscribe now.