fbpx

Flipkart Big Saving Days Sale: ଅଧାରୁ ବି କମ୍ ଦାମରେ ମିଳିବ ସ୍ମାର୍ଟଫୋନ୍, ସ୍ମାର୍ଟୱଚ୍ ଓ ଅନ୍ୟାନ୍ୟ ଆଇଟମ୍ସ

ନୂଆଦିଲ୍ଲୀ: ମାର୍ଚ୍ଚ ୧୨ ତାରିଖରୁ ଫ୍ଲିପକାର୍ଟ ରେ ବିଗ୍ ସେଭିଂ ଡେ’ ସେଲ୍ ଆରମ୍ଭ ହେବାକୁ ଯାଉଛି । ଏହି ସେଲ୍ ୧୬ ମାର୍ଚ୍ଚରେ ସରିଯିବ । ଫ୍ଲିପକାର୍ଟ ଏହି ୫ ଦିନ ଧରି ଚାଲିବ । ଏହି ସେଲ୍ ରେ ସ୍ମାର୍ଟଫୋନ୍, ସ୍ମାର୍ଟୱଚ୍, ଲାପଟପ୍, କ୍ୟାମେରା ଓ ବ୍ଲୁଟୁଥ୍ ଆଦି ଇଲୋକ୍ଟ୍ରୋନିକ୍ସ ଆପ୍ଲାଏନ୍ସ ଦମଦାର୍ ପ୍ରାଇସ୍ ରେ ଉପଲବ୍ଧ ହେବ । ତେଣୁ ଏହି ସୁଯୋଗକୁ ଆଦୌ ହାତଛଡ଼ା କରନ୍ତୁ ନାହିଁ । ଏହି ସେଲ୍ ରେ ଆପଣ ମାନେ ଆଇପ୍ୟାଡ୍ ଏୟାର୍ ୨୦୨୦, ଲିନୋଭୋ ୟୋଗା ଟ୍ୟାବ୍ ଓ ରିୟଲ୍ ମି ୱଚ୍ ୨ ସମେି ଅନ୍ୟାନ୍ୟ ପ୍ରଡକ୍ଟସ୍ ଡିସକାଉଣ୍ଟ୍ ରେ କିଣିପାରିବେ ।

ଫ୍ଲିପକାର୍ଟରେ ଆପଣଙ୍କୁ ଲିମିଟେଡ୍ ପିରିୟଡ୍ ଡିଲ୍ସ ବି ମିଳିବ । ଏହା ବ୍ୟତୀତ ଅପକମିଂ ସେଲ୍ ରେ ୟୁଜର୍ସଙ୍କୁ ଏସବିଆଇ କାର୍ଡ ଉପରେ ଆଡିସନାଲ୍ ଡିସକାଉଣ୍ଟ୍ ମଧ୍ୟ ମିଳିବ । ଫ୍ଲିପକାର୍ଟ ପ୍ଲସ୍ ମେମ୍ବର୍ସ ଙ୍କୁ ଏହାର ଅର୍ଲି ଆକ୍ସେସ୍ ବି ଦିଆଯିବ ।

ଫ୍ଲିପକାର୍ଟ ରେ ବିଗ୍ ସେଭିଂ ଡେ’ ସେଲ୍ ରେ ଆପଲ୍, ରିୟଲ୍ ମି, ପୋକୋ ଓ ସାମସଙ୍ଗ ସମେତ ବିଭିନ୍ନ ବ୍ରାଣ୍ଡ୍ ଉପରେ ଆକର୍ଷକ ଡିସକାଉଣ୍ଟ୍ ଅଫର୍ ମିଳିବ । କଷ୍ଟମର୍ ମାନେ ଏସବିଆଇ କାର୍ଡ ବ୍ୟବହାର କରି ୧୦ ପ୍ରତିଶତ ଏକ୍ସଟ୍ରା ଡିସକାଉଣ୍ଟ୍ ପାଇପାରିବେ ।

ଏଥିସହିତ ଏକ୍ସଚେଞ୍ଜ ଅଫର୍ ଓ ନୋ କଷ୍ଟ୍ ଇଏମଆଇ ବି ପାଣିପାରିବେ ଗ୍ରାହକ । ଏହି ସେଲ୍ ରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ୍ ମିଳିବାକୁ ଯାଉଛି । ଏହି ଅଫର୍ ରେ ଆପଣ ମାନେ ବ୍ରାଣ୍ଡେଡ୍ ସ୍ମାର୍ଟୱଚ୍, ବ୍ଲୁଟୁଥ୍, ଇୟର୍ ବଡସ୍ ଆଦି କିଣିପାରିବେ । ଏସବୁ ଉପରେ ୬୦ ପ୍ରତିଶତ ଡିସକାଉଣ୍ଟ୍ ମିଳୁଥିବା ବେଳେ ଲାପଟପ୍ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ୍ ମିଳିବାକୁ ଯାଉଛି ।

Get real time updates directly on you device, subscribe now.