fbpx

ବନ୍ୟା ସ୍ଥିତି ଜଟିଳ: ହୀରାକୁଦ ଫୁଲୁଛି ,ଛତିଶଗଡ଼ ପାଇଁ ବିପଦ ବଢୁଛି…

ଭୁବନେଶ୍ୱର : ଲଘୁଚାପ ଯୋଗୁଁ ଜଳସ୍ତର ବଢ଼ିବାରେ ଲାଗିଛି, ଯାହାର ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଜଳସ୍ତର ବଢ଼ିବା ଯୋଗୁଁ ଫୁଲିବାରେ ଲାଗିଛି ହୀରାକୁଦ ଡ୍ୟାମ୍ । ୬୨ ୬ ଫୁଟ ଟପିଛି ଜଳସ୍ତର । ଦିନ ବାର ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨ ୬ ଫୁଟ ଟପି ସାରିଛି । ହୀରାକୁଦ ର କ୍ଷମତା ୬୩୦ ଫୁଟ ରହିଛି । ଡ୍ୟାମକୁ ୭ ଲକ୍ଷ ୮୮ ହଜାର ୬୫୨ କ୍ୟୁସେକ୍ ଜଳସ୍ତର ପ୍ରବେଶ କରୁଛି । ଏହା ସହ ୪ ଲକ୍ଷ ୪୫ ହଜାର ୫୮୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

ଅନ୍ୟପଟେ ବର୍ତମାନର ବନ୍ୟା ସ୍ଥିତି ଏପରି ରହିଛି ଯଦି ହୀରାକୁଦ ଗେଟ ଖୋଲିଲା ତେବେ ଛତିଶଗଡ଼ ପାଇଁ ଏହା ଅଧିକ ସମସ୍ୟା କରିବ। ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଉ ଛତିଶଗଡ଼ ର ମୁଖ୍ୟ ଶାସନ ସଚିବ ଆଜି ଆଲୋଚନା ହେବ । ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଆଲୋଚନା ହେବ ।

ସୂଚାନମୂତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ର ସମୀକ୍ଷା କରିଛନ୍ତି । ସବୁ ଜିଲ୍ଲା ପ୍ରଶାସନକୁ ହାଇ ଆଲର୍ଟରେ ରଖାଯାଇଛି। ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେଥିପାଇଁ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ସହାୟତା ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାସହିତ ନଦୀବନ୍ଧ ଗୁଡିକ ଉପରେ ନଜର ରଖିବା ଏବଂ ପ୍ରଭାବିତ ଅଞ୍ଚଳରେ ଆବଶ୍ୟସ୍ଥଳେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖିବା ପାଇଁ ମଧ୍ୟ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ହସ୍‌ପିଟାଲ, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପରି ଜୀବନ ରକ୍ଷାକାରୀ ସଂସ୍ଥା ଗୁଡିକ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା, ସ୍ବାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.