fbpx

ଫ୍ଲାଏଓଭର ବ୍ରିଜ ର୍ନିମାଣ ସମ୍ପର୍କିତ ମାମଲା: ଶୁଣାଣି ବେଳେ ଏନଏଚଏଆଇ କର୍ତ୍ତୃକ୍ଷଙ୍କ ଅନୁସ୍ଥିତିକୁ ନେଇ ଅସନ୍ତୋଷ ପ୍ରକଟ କଲେ ହାଇକୋର୍ଟ

କଟକ(ଭାସ୍କର ନ୍ୟୁଜ୍‌): ଏକ ଫ୍ଲାଏଓଭର ବ୍ରିଜ ର୍ନିମାଣ ସମ୍ପର୍କିତ ମାମଲାର ଶୁଣାଣିବେଳେ ଏନଏଚଏଆଇ କର୍ତୃକ୍ଷଙ୍କ ଅନୁସ୍ଥିତିକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକଟ କରିଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିିଳିଆ ଛକରେ ୨୧୫ଜାତୀୟ ରାଜପଥ ଉପରେ ଫ୍ଲାଏ ଓଭରବ୍ରିଜ ର୍ନିମାଣ ପ୍ରସଂଗକୁ ନେଇ ବିଚାରଧୀନ ମାମଲାରେ ଜାତୀୟ ରାଜପଥ କର୍ତୃକ୍ଷ (ଏନଏଚଏଆଇ) ଅନୁସ୍ଥିତ ରହିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ଜାତୀୟ ରାଜପଥ ପକ୍ଷରୁ ନିୟମିତ ଭାବେ ମାମଲା ପରିଚାଳନା କରୁଥିବା ଓକିଲଙ୍କୁ ହାଇକୋର୍ଟ ରେଜିଷ୍ଟ୍ରି ଏ ନେଇ ଅବଗତ କରିବାକୁ ଅଦାଲତ କହିଛନ୍ତି । କେନ୍ଦୁଝରର ସାମାଜିକ କର୍ମୀ ଉଗ୍ରସେନ ନାୟକ ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ.ମୁରଲୀଧର ଓ ବିଚାରପତି ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଆସନ୍ତା ୪ ସପ୍ତାହ ମଧ୍ୟରେ ମାମଲାର ଶୁଣାଣି ର୍ପୂବରୁ ନିଶ୍ଚିତ ଭାବେ ଏହି ମାମଲାରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.