ଓଡ଼ିଶା ଭାସ୍କର: ମସ୍ତିଷ୍କ ପାଇଁ ବିପଜ୍ଜନକ ବ୍ରେନ୍ ଫଗ୍(Brain Fog) । ଏହା ଏପରି ଏକ ସ୍ଥିତି ଯାହା ମସ୍ତିଷ୍କର କାର୍ଯ୍ୟ କ୍ଷମତାକୁ ପ୍ରଭାବିତ କରିବା ସହ ସ୍ମରଣଶକ୍ତିକୁ ଦୁର୍ବଳ କରିଥାଏ ।
ସାଧାରଣତଃ ଏହି ସମସ୍ୟା ଅସ୍ଥାୟୀ ହୋଇଥାଏ । କିନ୍ତୁ ଏହା ଦିନଚର୍ଯ୍ୟାକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ ।
ବ୍ରେନ୍ ଫଗ୍ କ’ଣ: ଏହା କୌଣସି ମେଣ୍ଟାଲ କିମ୍ବା ମେଡିକାଲ କଣ୍ଡିସନ୍ ନୁହେଁ । ମସ୍ତିଷ୍କର କଗ୍ନିଟିଭ୍ ଫଙ୍କସନ୍(cognitive function) ଦୁର୍ବଳ ହେବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥାଏ ।
ଯେମିତି ଶୀତ ଦିନରେ କୁହୁଡ଼ିରେ କିଛି ସ୍ପଷ୍ଟ ଦେଖା ଦିଏନି ସେହିପରି ଆମ ମସ୍ତିଷ୍କରେ ମଧ୍ୟ କୁହୁଡ଼ି ପରି କିଛି ସୃଷ୍ଟି ହୋଇଥାଏ ।
ଏହି ସମସ୍ୟା ଯୋଗୁଁ ସାମ୍ନାରେ ଥିବା ଜିନିଷ ଦେଖାଯାଏନି, ବିଚାର କରିବା କ୍ଷମତା ହ୍ରାସ ହୋଇଥାଏ, କୌଣସି ଜିନିଷ ଉପରେ ସ୍ମରଣଶକ୍ତି ଦୁର୍ବଳ ହୋଇଥାଏ ଇତ୍ୟାଦି ।
ଏହା ବାଦ୍ କଥା କହିବା ସମୟରେ ମଧ୍ୟ ସମସ୍ୟା ଦେଖାଦିଏ ।
Brain Fog ଲକ୍ଷଣ:
– ମାନସିକ ଥକ୍କାପଣ
– ବାରମ୍ବାର କନଫ୍ୟୁଜ୍ ରହିବା
– ଭୁଲିଯିବା ସମସ୍ୟା
– ମୁଣ୍ଡବିନ୍ଧା, ଶୋଇବାରେ ସମସ୍ୟା
– ବିରକ୍ତି ଭାବ ଓ ମୁଡ୍ ସ୍ୱିଙ୍ଗ୍
– ବିଚାର ପ୍ରକ୍ରିୟାରେ ହ୍ରାସ
– କୌଣସି ଜିନିଷ ଉପରେ ଫୋକସ୍ ନ କରିପାରିବା
Brain Fogର କାରଣ: ଏହାର ପ୍ରମୁଖ କାରଣ ହେଉଛି ଅନିୟମିତ ଜୀବନଶୈଳୀ । ଆଜିକାଲି ଅଧିକାଂଶ ଲୋକଙ୍କ ସ୍କ୍ରିନ୍ ଟାଇମ୍ ବୃଦ୍ଧି ପାଇଛି । ଫଳରେ ଷ୍ଟ୍ରେସ୍, ଜଙ୍କଫୁଡ୍ ସେବନ, ବିଭିନ୍ନ ଔଷଧର ପାଶ୍ୱର୍ପ୍ରତିକ୍ରିୟା, ନିଦ୍ରାହୀନତା ଇତ୍ୟାଦି ଯୋଗୁଁ ମସ୍ତିଷ୍କର କାର୍ଯ୍ୟକ୍ଷମତା ପ୍ରଭାବିତ ହେଉଛି ।
କିପରି ବର୍ତ୍ତିବେ:
– ଦୈନିକ ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତୁ । ସାଧାରଣତଃ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ୭ରୁ ୮ ଘଣ୍ଟାର ନିଦ ପୁରା କରନ୍ତୁ ।
– ମାଦକ ଓ ନିଶା ଦ୍ରବ୍ୟ, କାଫେନ୍ ସେବନ ଇତ୍ୟାଦି ଠାରୁ ଦୂରେଇ ରୁହନ୍ତୁ ।
– ନିୟମିତ ବ୍ୟାୟାମ, ଯୋଗ, ପଜଲ ଖେଳ ଇତ୍ୟାଦି ଉପରେ ଧ୍ୟାନ ଦିଅନ୍ତୁ ।
– ଯେତେଦୂର ସମ୍ଭବ ମିଠା, ମୃଦୁ ପାନୀୟ ଓ ଜଙ୍କଫୁଡ୍ ଠାରୁ ଦୂରେଇ ରୁହନ୍ତୁ ।