fbpx

ଫୁଡ ପଏଜନିଂ କାରଣରୁ ମହିଳାଙ୍କର ମୃତ୍ୟୁ ! ଭୋଜନରେ ମିୟୋନିଜ୍ ମିଶାଇ ଖାଇବାରୁ ହୋଇଛି ଏପରି, ଅନେକ ଅସୁସ୍ଥ

Advertisement

ନୂଆଦିଲ୍ଲୀ: କେରଳର ତ୍ରୀସୁରରେ ଫୁଡ ପଏଜନିଂ ଅଭିଯୋଗ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ମହିଳା ମଙ୍ଗଳବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତକଙ୍କ ନାମ ନୁସୈବା ବୋଲି ଜଣାପଡିଛି, ଯେ କି ପେରିଙ୍ଗାନାମ କୁଟିଲାକ୍କଡାଭୁର ବାସିନ୍ଦା ବୋଲି ଜଣାପଡିଛି ।

ଡାକ୍ତରଖାନା ରିପୋର୍ଟ ଅନୁଯାୟୀ, ମହିଳା ଜଣକ ଶନିବାର ରାତିରେ ଜୈନ ହୋଟେଲରୁ କୁଚିମାଣ୍ଡ଼ି କିଣିଥିଲେ । ଏହାକୁ ଖାଇବା ପରେ ପୀଡିତା ଫୁଡ ପଏଜନିଂର ଶିକାର ହୋଇଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଫୁଡ ପଏଜନିଂ କାରଣରୁ ନୁସୈବାଙ୍କ ପରିବାର ସମେତ ୧୮୭ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଲୋକମାନେ ଉକ୍ତ ହୋଟେଲରୁ କୁଚିମାଣ୍ଡି ଖାଇଥିଲେ, ଯାହା ପରେ ସେମାନଙ୍କୁ ବାନ୍ତି ଏବଂ ଝାଡ଼ା ହୋଇଥିଲା । ତେବେ ସେହି ରୋଗୀଙ୍କ ମଧ୍ୟରୁ କେତେକଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ଶନିବାର ରାତିରେ ନୁସୈବାଙ୍କ ପରିବାର ଲୋକେ କୁଚିମାଣ୍ଡି ଖାଇବା ପରେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଅଭିଯୋଗ କରିଥିଲେ । ସେପର୍ଯ୍ୟନ୍ତ ନୁସୈବା ସମ୍ପୂର୍ଣ୍ଣ ଭଲ ଥିଲେ । କିନ୍ତୁ ଯେତେବେଳେ ସେ ଜ୍ୱରରେ ପୀଡିତ ହେଲେ, ତାଙ୍କମୁ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଗଲା । ସେଠାରେ ତାଙ୍କ ଅବସ୍ଥା ଖରାପ ହେବା ପରେ ଡାକ୍ତରମାନେ ତାଙ୍କୁ ଇରିଞ୍ଜାଲାକୁଦା ସରକାରୀ ତାଲୁକ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ, କିନ୍ତୁ ଏଠାରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ହୋଇନଥିଲା । ଏଠାରୁ ତାଙ୍କୁ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା । ସୋମବାର ସକାଳ ୩ ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ଅଧିକାରୀ ହୋଟେଲକୁ ଯାଞ୍ଚ କରି ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମିୟୋନିଜରେ କଞ୍ଚା ଅଣ୍ଡା ବ୍ୟବହାର ଫୁଡ ପଏଜନିଂ ହେବାର କାରଣ ବୋଲି ବିଶ୍ୱାସ କରାଯାଏ । ତେବେ ଅଧିକାରୀମାନେ କୌଣସି ନମୁନା ଉଦ୍ଧାର କରିନାହାଁନ୍ତି । ଫୁଡ ପଏଜନିଂ ବୋଲି ଅଧିକାରୀମାନେ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି ।

Get real time updates directly on you device, subscribe now.