fbpx

ଭାରତ-ୱେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ ଝଟକା: ଏକା ସାଙ୍ଗରେ କ୍ରିକେଟରୁ ବିଦାୟ ନେଲେ ଦୁଇ ସୁପରଷ୍ଟାର ଖେଳାଳି, ଜଣେ ଥିଲେ ଅଧିନାୟକ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ । ଏହି ସିରିଜ ପାଇଁ ଶିଖର ଧୱନଙ୍କୁ ଦଳର ଅଧିନାୟକ କରିଛି ଟିମ ଇଣ୍ଡିଆ । ତେବେ ଏହି ମହାହଯୁଦ୍ଧ ପୂର୍ବରୁ କ୍ରିକେଟ ଜଗତରୁ ବିଦାୟ ଘୋଷଣା କରିଛନ୍ତି ଦୁଇ ଜଣ ଷ୍ଟାର କ୍ରିକେଟର । ୱେଷ୍ଟ ଇଣ୍ଡିଜ କ୍ରିକେଟର ଦୁଇ ଧୂଆଁଧାର ଖେଳାଳି ଦିନେଶ ରାମଦିନ ଏବଂ ଲେଣ୍ଡଲ ସିମନ୍ସ କ୍ରିକେଟକୁ ଅଲବିଦା କହିଛନ୍ତି ।

Cricketer Lendl Simmons And Dinesh Ramdin Retires From International  Cricket Know More News In Hindi - Simmons-ramdin Retirement: वेस्टइंडीज के  दो दिग्गज खिलाड़ियों ने लिया संन्यास, एक ने 2016 टी20 ...

ସୂଚନା ଅନୁଯାୟୀ, ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଦିନେଶ ରାମଦିନ ଏବଂ ଲେଣ୍ଲ ସିମନ୍ସ କ୍ରିକେଟରୁ ନିଜ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏକ ଇନଷ୍ଟାଗ୍ରାମ ପୋଷ୍ଟ କରି ନିଜ ଅବସର ଘୋଷଣା କରିଛନ୍ତି ରାମଦୀନ । ଶେଷ ଥର ପାଇଁ ୨୦୧୯ ଡିସେମ୍ବରରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଥିଲେ ୱେଷ୍ଟଇଣ୍ଡିଜର ଏହି ପୂର୍ବତନ ଅଧିନାୟକ । ଶେଷ ଥର ପାଇଁ ରାମଦୀନ ହାଇଦ୍ରାବାଦରେ ଭାରତ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିଥିଲେ । ୨୦୧୫ ମସିହାରେ ଜାସନ ହୋଲ୍ଡରଙ୍କ ସ୍ଥାନରେ ଦଳର ନେତୃତ୍ୱ ନେଇଥିଲେ ଦିନେଶ ରାମଦିନ ।

West Indies keeper Denesh Ramdin hoping to reignite final chapter of ODI  career - Sport360 News

ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି ଯେ, “ମୋର ସୌଭାଗ୍ୟ ଯେ ମୁଁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରୁଛି । ଗତ ୧୪ ବର୍ଷ ଏକ ସ୍ୱପ୍ନ ସାକାର ହେବା ପରି ରହିଥିଲା । ୱେଷ୍ଟଇଣ୍ଡିଜ ସମେତ ଅନ୍ୟାନ୍ୟ ଦଳରୁ କ୍ରିକେଟ ଖେଳି ନିଜ ପିଲାବେଳର ସ୍ୱପ୍ନ ସତରେ ପରିଣତ କରିଛି । ମୋ କ୍ୟାରିୟର ମୋତେ ସାରା ଦୁନିଆ ଦେଖିବା ପାଇଁ ବାଧ୍ୟ କରିଥିଲା ।” ତେବେ ସେ ଆଗକୁ ଫ୍ରାଞ୍ଚାଇଜି କ୍ରିକେଟ ଖେଳିବେ ବୋଲି ପ୍ରକାଶ କରିଛନ୍ତି ।

Former West Indies captain Denesh Ramdin now under new management

ଅନ୍ୟ ପକ୍ଷରେ ୨୦୦୬ରେ ଡେବ୍ୟୁ କରିଥିବା ଲେଣ୍ଡଲ ସିମନ୍ସ ମଧ୍ୟ କ୍ରିକେଟକୁ ଅଲବିଦା କହିଛନ୍ତି । ୱେଷ୍ଟଇଣ୍ଡିଜ ପାଇଁ ୬୮ ଦିନିକିଆ ଖେଳିଥିବା ସିମନ୍ସ ୧୯୫୮ ରନ ସଂଗ୍ରହ କରିଛନ୍ତି । ଏଥିରେ ୨ଟି ଶତକ ଏବଂ ୧୬ ଅର୍ଦ୍ଧଶତକ ସାମିଲ ରହିଛି । ତେବେ ଟେଷ୍ଟ କ୍ୟାରିୟରରେ ଏତେ ବେଶୀ ଚମକି ପାରି ନଥିଲେ ଏହି ଷ୍ଟାର ଖେଳାଳି । ୮ଟି ମ୍ୟାଚରୁ ୨୭୮ ରନ କରିବାରେ ସଫଳ ରହିଛନ୍ତି । ୬୮ ଟି-୨୦ ମ୍ୟାଚରେ ମଧ୍ୟ ୱେଷ୍ଟଇଣ୍ଡିଜର ନେତେୃତ୍ୱ ନେଇଛନ୍ତି ସିମନ୍ସ । ତେବେ ଟି-୨୦ରେ ସେ ୯ଟି ଅର୍ଦ୍ଧଶତକ ସହିତ ୧୫୨୭ ରନ କରିଛନ୍ତି ।

India vs West Indies 2nd T20I 2019 Stat Highlights: Lendl Simmons Powers  Windies to Impressive Win, Series Nicely Poised at 1-1 | 🏏 LatestLY

କିନ୍ତୁ ୱେଷ୍ଟ ଇଣ୍ଡିଜର ଏହି ଷ୍ଟାର ଖେଳାଳି ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ୨୯ଟି ମ୍ୟାଚ ଖେଳି ୧୦୭୯ ରନ ସଂଗ୍ରହ କରିଛନ୍ତି ଲେଣ୍ଡଲ ସିମନ୍ସ । ତେବେ ଉଭୟ ଷ୍ଟାର ଖେଳାଳି ଟିମରୁ ସନ୍ନ୍ୟାସ ନେବା ୱେଷ୍ଟଇଣ୍ଡିଜ ପାଇଁ ଏକ ଦୁଃଖର ବିଷୟ ।

Mumbai Indians (MI) score 209 runs against Royal Challengers Bangalore  (RCB) in match 16 of IPL, 2015 | India.com

Get real time updates directly on you device, subscribe now.