fbpx

ଶପଥ ନେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisement

ଭୁବନେଶ୍ୱର,: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଧାନସଭାରେ ପହଞ୍ଚିଛନ୍ତି। ଯାହା ପରେ ନବୀନ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି।

ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରୁଛନ୍ତି। କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ କରାଉଛନ୍ତି।

ପ୍ରଥମେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ପ୍ରଭାତୀ ପରିଡ଼ା ଏବଂ କେଭି ସଂ ଦେଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କାମଚଳା ବାଚସ୍ପତି ରଣେନ୍ଦ୍ର ସ୍ୱାଇଁ ବିଧାୟକଙ୍କୁ ଶପଥ ପାଠ କରାଉଛନ୍ତି।

ଖବର ଅନୁଯାୟୀ ଆଗାମୀ ଦୁଇ ଦିନ ଧରି ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ ଉତ୍ସବ ଚାଲିବ । ମଙ୍ଗଳବାର ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଶପଥ ପାଠ ଉତ୍ସବ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ସେହିପରି ଆସନ୍ତା ୨୦ ତାରିଖ ହେବାକୁ ଥିବା ବାଚସ୍ପତି ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପତ୍ର ଦାଖଲ ହେବ । ତେବେ ଶପଥ ଗ୍ରହଣ ଉତ୍ସବ ପାଇଁ ପୋଲିସ ଡିଜି ବିଧାନସଭାର ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରିଛନ୍ତି ।

Get real time updates directly on you device, subscribe now.