fbpx

କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ଘଟିଛି । ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ କଂଗ୍ରେସ ଟିକେଟରେ ସୁବାସ ନିର୍ବାଚିତ ହୋଇଥିଲେ ।

କଳାହାଣ୍ଡିର ପୂର୍ବତନ ସାଂସଦ, ସଂଗ୍ରାମୀ ନେତା ଓ ସାମ୍ବାଦିକ ସୁବାସ ଚନ୍ଦ୍ର ନାଏକଙ୍କ ୭୦ ବର୍ଷ ବୟସରେ ତାଙ୍କ ଭବାନୀପାଟଣା ସ୍ଥିତ ଘରେ ହୃଦଘାତରେ ବିୟୋଗ ହୋଇଛି।ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ୧୯୯୧ରୁ ୧୯୯୫ ମସିହା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସମୟରେ କଂଗ୍ରେସ ସାଂସଦ ଥିଲେ। ସଂସଦ ଭବନରେ ପ୍ରଥମ ଦିନ ହିଁ ସେ ପାହାଚରେ ମୁଣ୍ଡିଆ ମାରି  ସଂସଦକୁ ମନ୍ଦିର ବୋଲି ବର୍ଣ୍ଣନା କରି ବେଶ ଚର୍ଚ୍ଚିତ ହୋଇଥିଲେ। ତାଙ୍କର ଖୁବ୍ ଭଲ ସମ୍ପର୍କ ଥିଲା।  ସେ ଜଣେ ସମାଜସେବୀ ଥିଲେ। ହସ୍ପିଟାଲ କର୍ମଚାରୀ ଭାବରେ ନିଜର କ୍ୟାରିଅର ଆରମ୍ଭ କରି ପରେ ଅଧାରୁ ଚାକିରି ଛାଡ଼ି ସାମ୍ବାଦିକତା ଓ ପ୍ରିଣ୍ଟିଂଗ ପ୍ରେସ କରିଥିଲେ। ସେ ପୂର୍ବରୁ କର୍ମଚାରୀ ସଂଘର ସମ୍ପାଦକ ରହି କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଲଢୁଥିଲେ।

Get real time updates directly on you device, subscribe now.