fbpx

RJDକୁ ଶକ୍ତ ଝଟକା: ପୂର୍ବତନ ମନ୍ତ୍ରୀ ଶ୍ୟାମ ରଜକ ପାର୍ଟିରୁ ଇସ୍ତଫା ଦେଲେ

ନୂଆଦିଲ୍ଳୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ପୂର୍ବତନ ମନ୍ତ୍ରୀ ଶ୍ୟାମ ରଜକ ଦଳ ଦଳ ଛାଡ଼ିଛନ୍ତି । ଶ୍ୟାମଙ୍କ ପରି ଜଣେ ବରିଷ୍ଠ ନେତା ଦଳ ଛାଡ଼ିବା ପରେ ଏବେ ଆରଜେଡିକୁ ଲାଗିଛି ଏକ ବଡ଼ ଝଟକା । ଦଳରେ ତାଙ୍କ ସହ ଧୋକ୍କା ହୋଇଥିବା ଅନୁଭବ କରି ଶ୍ୟାମ ଦଳ ଛାଡ଼ିଛନ୍ତି । ଶ୍ୟାମ ଦଳର ରାଷ୍ଟ୍ରୀୟ ସମ୍ପାଦକ ପଦରେ ରହିଥିଲେ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ନିକଟକୁ ଶ୍ୟାମ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ।

ନିଜ ଇସ୍ତଫା ପତ୍ରରେ ଶ୍ୟାମ ନିଜ ହୃଦୟର କଥା ଲେଖିଛନ୍ତି । ଶତରଞ୍ଜ ଖେଳିବାର ସଉକ ନଥିବାରୁ ସେ ଧୋକ୍କା ଖାଇଯାଇଥିଲେ ବୋଲି ଶ୍ୟାମ ଉଲ୍ଲେଖ କରିଛନ୍ତି । ଶ୍ୟାମ ଲାଲୁଙ୍କ ଅତ୍ୟନ୍ତ ନିକତମ ନେତାଙ୍କ ମଧ୍ୟରୁ ଜଣେ ଥିଲେ । ବିଧାନସଭା ନି ର୍ବାଚନର ଏକବର୍ଷ ପୂର୍ବରୁ ଶ୍ୟାମ ଦଳ ଛାଡ଼ିବା ଆରଜେଡି ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି । ପୂର୍ବରୁ ମଧ୍ୟ ଶ୍ୟାମ ଆରଜେଡି ଛାଡ଼ି ଜେଡିରେ ସାମିଲ ହୋଇଥିଲେ । ନୀତିଶ ତାଙ୍କୁ ମନ୍ତ୍ରୀ ମଧ୍ୟ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଶ୍ୟାମ ଜେଡିୟୁ ଛାଡ଼ି ପୁଣି ଆରଜେଡିକୁ ଫେରିଥିଲେ । ଶ୍ୟାମ ଅଧିକ ଥର ଫୁଲବାରୀ ଆସନରୁ ପ୍ରତିନିଧିତ୍ୱ କରିଥିଲେ ।

Get real time updates directly on you device, subscribe now.