fbpx

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ୫ ଅଟକ

ଭବାନୀପାଟଣା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି, ଠକେଇ ଭଳି ଅପରାଧମାନ ବଢ଼ିବାରେ ଲାଗିଛି । ଚାକିରିଟିଏ ଦେବା ନାଁରେ ଲୋକମାନେ ଲୁଟିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି, ଫଳରେ ୫ ଜଣଙ୍କୁ ଅଟକ ରଖିଛି ଭବାନୀପାଟଣା ପୋଲିସ । ସହରରେ ଥିବା ଏକ ବେନାମୀ କମ୍ପାନୀ ଉପରେ ଚଢ଼ାଉ କରିଛି ପୋଲିସ । ଚାକିରି ନାଁରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ ଜଣ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଚାକିରି ପାଇଁ ଜଣକ ପିଛା ୨୨ ହଜାର ଟଙ୍କାର ସିକ୍ୟୁରିଟି ନେଇଥିଲେ । ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ଭବାନୀପାଟଣା ପୋଲିସ ।

Get real time updates directly on you device, subscribe now.