FSSAI ଜାରି କଲା ଗାଇଡଲାଇନ, ଏଣିକି ଏଭଳି ଡେଲିଭରି କଲେ …

Fssai Issues Health Advisory: ସମୟ ବଦଳୁଛି ଓ ବଦଳୁଛି ଲୋକଙ୍କ ଜୀବନଶୈଳୀ । ଫଳରେ ରୋଷେଇ ଘର ଉପରେ ନିର୍ଭର ନ କରି ଲୋକେ ଏବେ ଅଧିକ ନିର୍ଭରଶୀଳ କମର୍ସ କମ୍ପାନୀ ଉପରେ । ଖାଦ୍ଯ ବନାଇବା ପାଇଁ ଆବଶ୍ୟକ ହେଉଥିବା ଲୁଣ ହେଉ ବା ସ୍ୱଚ୍ଛତା ପାଇଁ ଦରକାର ଥିବା କ୍ଲିନିଂ କିଟ ସବୁ ସେମାନେ ଏବେ ଡେଲିଭରିରେ ମାଧ୍ଯମରେ ଅର୍ଡର କରାଉଛନ୍ତି । ମାତ୍ର ଲୋକଙ୍କ ଏହି ଅତ୍ଯନ୍ତ ନିର୍ଭରଶୀଳତା କାରଣରୁ ଅନେକ କମ୍ପାନୀଗୁଡିକ ଗୋଟିଏ ହିଁ ପ୍ଯାକେଟରେ ଖାଦ୍ଯ-ପାନୀୟ ସାଙ୍ଗକୁ ଅଖାଦ୍ଯ ସାମଗ୍ରୀ ମଧ୍ଯ ଡେଲିଭରି କରି ଦିଅନ୍ତି । ଏହାକୁ ନେଇ ବର୍ତ୍ତମାନ ସ୍ୱାସ୍ଥ୍ଯ ମନ୍ତ୍ରଣାଳୟ ଅନ୍ତର୍ଗତ ଏଫଏସଏସଆଇ ସ୍ୱାସ୍ଥ୍ଯଜନିତ ଗାଇଡଲାଇନ ଜାରି କରିଛି ।

ପ୍ରକାଶଥାଉ ଯେ, ଅଧିକାଂଶ ଲୋକ ନିଜର ଦୈନନ୍ଦିନ ଆବଶ୍ୟକ ଥିବା ସାମଗ୍ରୀ କ୍ୱିକ କମର୍ସ କମ୍ପାନୀ ୱେବସାଇଟରୁ ଅର୍ଡର କରନ୍ତି । ଉଦାହରଣସ୍ୱରୂପ ଏହି କମ୍ପାନୀଗୁଡିକ ପନିପରିବା ସାଙ୍ଗକୁ ମଶା ମାରିବା ପ୍ଯାକେଟକୁ ଏକାସାଙ୍ଗେ ଗୋଟିଏ ହିଁ ବ୍ଯାଗରେ ଡେଲିଭରି କରି ଦିଅନ୍ତି । ଯାହା ଏବେ ଏଫଏସଏସଆଇ ଗାଇଡଲାଇନ ଅନୁଯାୟୀ ଆଉ କମର୍ସ କମ୍ପାନୀଗୁଡିକ କରି ପାରିବେ ନାହିଁ । ଏହାହବାଦ ଗାଇଡଲାଇନ କହୁଛି ଯେ, ଯେଉଁ ଖାଦ୍ଯ ସାମଗ୍ରୀ ଡେଲିଭରି ହେଉଥିବ ତାହା ଡେଲିଭରି ଦିନଠୁ ନିମ୍ନତମ ଭାବରେ ୪୫ ଦିନ ଯାଏଁ ଏକ୍ସପାୟରୀ ଡେଟ ରଖୁଥିବା ଆବଶ୍ୟକ । ଫଳରେ ଉପଭୋକ୍ତା ଏହା ଦ୍ୱାରା ଲାଭାନ୍ୱିତ ହେବେ ଓ ତାଙ୍କର ସ୍ୱାସ୍ଥ୍ଯଗତ ସମସ୍ଯା ଆଉ ରହିବ ନାହିଁ ।