ରିଲିଜ ହୋଇଛି ଫିଲ୍ମ ନିର୍ମାତା ସଂଜୟ ଲିଲା ଭଂସାଲିଙ୍କ ବିବାଦୀୟ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ିି’ । ଫିଲ୍ମର ନାମରେ ପରିବର୍ତ୍ତନ କରିବା ତଥା ଫିଲ୍ମରେ ଗଙ୍ଗୁବାଈଙ୍କ ଚରିତ୍ରକୁ ଭୁଲ ଭାବରେ ଚିତ୍ରଣ କରାଯାଇଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରକୃତ ଗଙ୍ଗୁବାଈଙ୍କ ପରିବାର ଲୋକ । ଶେଷରେ ସୁପ୍ରିମକୋର୍ଟ ଏହି ମାମଲାରକୁ ଖାରଜ କରିଛନ୍ତି । ଆଉ ରିଲିଜ ହୋଇଛି ଗଙ୍ଗୁବାଈ କାଠିଆୱାଡ଼ି ।
ସୂଚନାଯୋଗ୍ୟ, ଫିଲ୍ମରେ ଗଙ୍ଗୁବାଈଙ୍କୁ ସମାଜସେବୀ ବଦଳରେ ଦେହଜୀବୀ ଭାବରେ ଦର୍ଶାଇଥବା ନେଇ ଅଭିଯୋଗ କରିଥିଲେ ଗଙ୍ଗୁବାଈଙ୍କ ପରିବାର ଲୋକ । ଯାହାକୁ ନେଇ ବିବାଦ ଘେରକୁ ଚାଲିଆସିଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ ଏମିତିକି ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭଂସାଲି ଏବଂ ଆଲିଆଙ୍କ ନାମରେ ମାମଲା ଦାୟର ମଧ୍ୟ ହୋଇଥିଲା ।
ତେବେ ଶେଷ ମୁହୂର୍ତ୍ତରେ ଫିଲ୍ମର ଟାଇଟଲ ବଦଳାଯାଇପାରିବନାହିଁ ବୋଲି କୋର୍ଟକୁ ଜଣାଇଥିଲେ ନିର୍ମାତା । ଫିଲ୍ମରେ ଗଙ୍ଗୁବାଈଙ୍କ ଫଟୋ ଏବଂ ତାଙ୍କ ଚରିତ୍ରକୁ ନେଇ କୌଣସି ପ୍ରକାରର ଅପମାନିତ କରାଯାଇନଥିବା କହିଥିଲେ ନିର୍ମାତା । ଅନ୍ୟପଟେ ଫିଲ୍ମ ନଦେଖି ଏପରି ଦାବି ଉଠାଇବା ଭୁଲ୍ ବୋଲି ସଞ୍ଜୟ ଲୀଲା ଭଂସାଲି ପ୍ରଡକ୍ସନର ଓକିଲ କହିଥିଲେ । ଯାହାପରେ ଏହି ଆବେଦନକୁ ଖାରଜ କରିବା ସହ ଫିଲ୍ମ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ । ଦେଖନ୍ତୁ ଭିଡିଓ…