fbpx

ବନ୍ଦ ହୋଇଯିବ ଗରିବ ରଥ ଟ୍ରେନରେ AC ଚେୟାରକାର ରିଜର୍ଭେସନ୍ ! କେବଳ ଥାର୍ଡ଼ ACରେ ହେବ ବୁକିଂ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦେଶରେ ଗରିବ ରଥ ଟ୍ରେନରେ ଯାତ୍ରା କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଆସନ୍ତା ମାସରୁ ଗରିବ ରଥ ଟ୍ରେନରେ ରିଜର୍ଭେସନ କରିବା ସମୟରେ ଯାତ୍ରୀଙ୍କୁ AC ଚେୟାରକାର ଏବଂ ସେକେଣ୍ଡ୍ AC ର ବିକଳ୍ପ ଉପଲବବ୍ଧ ହେବ ନାହିଁ । ଭାରତୀୟ ରେଳବାଇ ପକ୍ଷରୁ ଗରିବ ରଥ ଟ୍ରେନ୍ କୋଚରେ ପରିବର୍ତ୍ତନ କରିବାକୁ ଯାଉଛି ।

ରେଳ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ୫୨ଟି ରୁଟରେ ୨୬ଟି ଗରିବ ରଥ ଟ୍ରେନ୍ ଚଳାଚଳ କରୁଛି । ଏଥିରୁ କିଛି ସାପ୍ତାହିକ ଥିବାବେଳେ କିଛି ଟ୍ରେନ୍ ସପ୍ତାହରେ ୨, ୩ ଏବଂ ୪ ଥର ଚଳାଚଳ କରୁଛି । ଏହି ଟ୍ରେନର ଭଡ଼ା ସାଧାରଣ ଟ୍ରେନର ଥାର୍ଡ଼ ଏସି ଏବଂ ଚେୟାରକାର ତୁଳନାରେ କମ୍ ଅଟେ । ପୁରୁଣା ଗରିବ ରଥ ଟ୍ରେନର ପୁରୁଣା କୋଚରେ ସେକେଣ୍ଡ ଏସି, ଥାର୍ଡ଼ ଏସି ଏବଂ ଚେୟାରକାର ସାମିଲ ରହିଛି । ନୂଆ ଗରିବ ରଥ ଟ୍ରେନରେ କେବଳ ଥାର୍ଡ଼ ଏସି କୋଚ୍ ରହିବ । ଯେଉଁଥିପାଇଁ ଅଧିକ ସଂଖ୍ୟାରେ କୋଚର ଆବଶ୍ୟକତା ରହିବ । ଏହାର ବୁକିଂ ୧୨୦ ଦିନ ପୂର୍ବରୁ ଆରମ୍ଭ ହେବ । ତେଣୁ ଏହି ପରିବର୍ତ୍ତନ ପାଇଁ ଆସନ୍ତା ମାସରୁ ଯାତ୍ରୀଙ୍କୁ AC ଚେୟାରକାର ଏବଂ ସେକେଣ୍ଡ୍ AC ର ବୁକିଂ ବନ୍ଦ ହୋଇଯିବ ।

Get real time updates directly on you device, subscribe now.