fbpx

(Video) ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିବା ମହଙ୍ଗା ପଡ଼ିଲା, ପ୍ରେମିକାଙ୍କୁ ୭ ବର୍ଷ ଜେଲ, ୨୦ ହଜାର ଜରିମାନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ବିବାହିତ ଓ ଅବିବାହିତ ପୁରୁଷ, ମହିଳାଙ୍କ କାରନାମା ଶୁଣିଲେ ମୁଣ୍ଡରେ ହାତ ଦେବାକୁ ପଡ଼ୁଛି । ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରକ୍ଷା କରିବା, ମ୍ୟାରେଜ ପରେ ପରକୀୟା ପ୍ରୀତିରେ ମଗ୍ନ ରହିବା ଏକ ସାଧାରଣ କଥା ପାଲଟିଗଲାଣି । ତେବେ ସବୁଠାରୁ ହିଂସାତ୍ମକ କାର୍ଯ୍ୟ ହେଉଛି ପ୍ରେମିକ ଓ ପ୍ରେମିକାଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରିବା ।

ଏହି କ୍ରମରେ ପ୍ରେମିକଙ୍କ ପ୍ରାଇଭେଟ ପାର୍ଟ କାଟିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗିଛନ୍ତି ଜଣେ ପ୍ରେମିକା । ଘଟଣାଟି ଘଟିଥିଲା କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଥାନା ଅନ୍ତର୍ଗତ ନୂଆଗାଁରେ । ସୂଚନା ମୁତାବକ, ଝାରବେଡ଼ା ଗ୍ରାମର ରାଜେନ୍ଦ୍ର ନାଏକ ରାଜ୍ୟ ବାହାରେ କାମ କରନ୍ତି । ସେ ଗତ ୨୦୦୦ ମସିହା ଜାନୁଆରୀ ମାସ ୭ ତାରିଖରେ ନୂଆଗାଁରେ ରହୁଥିବା ତାଙ୍କ ବିବାହିତ ପ୍ରେମିକା କମଳା ପାତ୍ରଙ୍କ ଘରକୁ ଯାଇଥିଲେ ।

ତେବେ ସେଠାରେ କମଳା ରାଜେନ୍ଦ୍ରଙ୍କୁ ପ୍ରଚୁର ମଦ୍ୟପାନ କରାଇ ତାଙ୍କ ଗୁପ୍ତାଙ୍ଗକୁ କାଟି ଦେହରୁ ଅଲଗା କରିଦେଇଥିଲେ । ଏନେଇ ରାଜେନ୍ଦ୍ରଙ୍କ ବାପା ଅଭିମନ୍ୟୁ ନାଏକ ଥାନାରେ ଅଭିଯୋଗ କରିବା ପରେ କମଳା ଗିରଫ ହୋଇଥିଲେ । ଏହି ଘଟଣାରେ ମୋଟ ୧୭ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ସିଜେଏମ୍ କମଳାଙ୍କୁ ୩୦୭ ଓ ୩୭୦ ଦଫାରେ ୭ ବର୍ଷ ଜେଲଦଣ୍ଡ ସହ ୨୦ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ କମଳା ହାଇକୋର୍ଟରୁ ବେଲରେ ଅଛନ୍ତି ।

Get real time updates directly on you device, subscribe now.