fbpx

ଇଏ କି ପ୍ରେମ! ଚଳନ୍ତା ବାଇକରେ କିସିଙ୍ଗ ଷ୍ଟଣ୍ଟ କଲେ ପାପା କି ପରୀ; ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଆଜିକାଲି ପ୍ରେମ ଏକବାର ଅଲଗା ମୁଡରେ କରୁଛନ୍ତି ଯୁବଗୋଷ୍ଠୀ । ଏମିତିକି ଚଳନ୍ତା ବାଇକରେ ରୋମାଣ୍ଟିକ ଅନ୍ଦାଜରେ ପ୍ରେମୀଯୁଗଳ କିସ୍ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି ଆଉ ଏକ ଭିଡିଓ । ଯେଉଁଥିରେ ଦୁଇ ଜଣ ଯୁବତୀ ଚଳନ୍ତା ବାଇକରେ କିସ୍ କରୁଥିବା ଦେଖାଯାଉଛି । ରୋମାଣ୍ଟିକ ଷ୍ଟାଇଲରେ ବାଇକ ଚଳାଇବା ସହ ଏମିତି କାରନାମା କରୁଛନ୍ତି ଦୁଇ ଯୁବତୀ ।

କିଛି ଦିନ ଭିତରେ କିଛି ଯୁବକ ବାଇକ ଚଳାଉଥିବା ସମୟରେ ପ୍ରେମିକାଙ୍କୁ କିସ୍ କରୁଥିବାର ଅନେକ ଭିଡିଓ ଭାଇରାଲ ହୋଇଥିଲା । ତେବେ ବର୍ତ୍ତମାନ ଏହି ଟ୍ରେଣ୍ଡକୁ ଆପଣାଇଛନ୍ତି ଯୁବତୀ । ଏକ ସୁପର ସ୍ପେ୍ଲଣ୍ଡର ବାଇକରେ ଦୁଇ ଜଣ ଯୁବତୀ ରୋମାଣ୍ଟିକ ଷ୍ଟଣ୍ଟ କରିଛନ୍ତି । ବଲିଉଡ ସିନେମା ‘କବିର ସିଂ’ ଷ୍ଟାଇଲରେ ଷ୍ଟଣ୍ଟ କରିଛନ୍ତି ଏହି ପାପା କି ପରୀ । ଜଣେ ଯୁବତୀ ଅନ୍ୟ ଜଣକୁ ବାଇକର ପେଟ୍ରୋଲ ଟାଙ୍କିରେ ବସାଇ ଗାଡି ଚଳାଉଥିବା ଦେଖାଯାଉଛି । ଏହାପରେ ଉଭୟ ନିଜ ନିଜ ଭିତରେ ଖେଳିବା ସହିତ ପରେ ଦୁଇ ଜଣ କିସ୍ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହାପରେ ଉଭୟ ପରସ୍ପରକୁ ଆଲିଙ୍ଗନ କରୁଥିବାର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆଜିକାଲି ରାସ୍ତାରେ ଗାଡି ଚଳାଇବା ବେଳେ ଏଭଳି ଷ୍ଟଣ୍ଟ ଏବଂ ଏହାର ଭିଡିଓର ଅନେକ ଉଦାହରଣ ରହିଛି । କିନ୍ତୁ ଏଥିରେ ଫରକ୍ ହେଉଛି ଅନ୍ୟ ଘଟଣାରେ ଯୁବକ-ଯୁବତୀ ଥିବା ବେଳେ ଏହି ମାମଲାରେ ଉଭୟ ଯୁବତୀ ରହିଛନ୍ତି । ତେବେ ଏହି ଷ୍ଟଣ୍ଟ ସମୟରେ କେହି ଗାଡିର ହ୍ୟାଣ୍ଡଲ ଧରି ନଥିଲେ ବି ବାଇକ ଏକଦମ୍ ସେମାନଙ୍କ ନିୟନ୍ତ୍ରଣରେ ରହିଥିଲା । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓ ଖୁବ ଭାଇରାଲ ହେଉଛି । ଏହି ଭିଡିଓ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ସମସ୍ତଙ୍କୁ ମନୋରଞ୍ଜନର ଖୁରାକ ଯୋଗାଇଛି । ତେବେ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଅପଲୋଡ କରାଯାଇଥିଲା । ଏହି ଘଟଣା ଦେଖି କିଛି ୟୁଜର ମଜା ନେଉଥିବା ବେଳେ କିଛି ୟୁଜର ଖୁବ ରାଗିଥିବା ଦେଖାଯାଉଛି ।

Get real time updates directly on you device, subscribe now.