fbpx

ହିଜାବ ପିନ୍ଧି ଆସିଥିବା ଛାତ୍ରୀଙ୍କୁ କଲେଜରେ ମିଳିଲା ଏଣ୍ଟ୍ରି, କିନ୍ତୁ ବସାଗଲା ଅଲଗା ରୁମରେ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ହିଜାବ ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। ପ୍ରାୟତଃ ପ୍ରତିଦିନ ଏପରି ଘଟଣା ସାମ୍ନାକୁ ଆସୁଛି। ସୋମବାର କୁନ୍ଦାପୁରାର ସରକାରୀ ପିୟୁ କଲେଜରେ ହିଜାବ ପିନ୍ଧି ଆସିଥିବା ଛାତ୍ରୀମାନଙ୍କୁ କ୍ୟାମ୍ପସରେ ପ୍ରବେଶ ଅନୁମତି ମିଳିଛି। କିନ୍ତୁ ଏହି ସବୁ ଛାତ୍ରୀମାନଙ୍କୁ ଅଲଗା ଶ୍ରେଣୀରେ ବସାଯାଇଛି।

ସୂଚନା ଅନୁଯାୟୀ, ଉଡୁପିର ସରକାରୀ ବିଶ୍ଵ ବିଦ୍ୟାଳୟରେ ହିଜାବ ପିନ୍ଧା ବିବାଦ ଆରମ୍ଭ ହୋଇଥିଲା। ଏଠାରୁ ଛଅ ଛାତ୍ରୀ ୟୁନିଫର୍ମ ଡ୍ରେସ କୋଡର ଉଲ୍ଲଂଘନ କରି ହିଜାବ ପିନ୍ଧି କଲେଜ୍ ଆସିଥିଲେ। ଏହାକୁ ବିରୋଧ କରି ଅନ୍ୟ ଏକ ଛାତ୍ର-ଛାତ୍ରୀ ଗୋଷ୍ଠୀ ଗେରୁଆ ସାଲ୍ ପିନ୍ଧି କ୍ଲାସରେ ବସିଥିଲେ। ଏହା ପରେ ଏହି ଧରଣର ମାମଲା କୁଣ୍ଡାପୁର ଏବଂ ବିନ୍ଦୁରର ଅନ୍ୟ କିଛି କଲେଜରେ ଦେଖିବାକୁ ମିଳିଥିଲା। କଲେଜ୍ କର୍ତ୍ତୃପକ୍ଷ ସହିତ ପ୍ରଶାସନ ଉଭୟ ପକ୍ଷଙ୍କୁ ଅନେକ ଥର ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ରାଜ୍ୟ ସରକାର ମଧ୍ୟ ଶିକ୍ଷାନୁଷ୍ଠାନକୁ ୟୁନିଫର୍ମରେ ଆସିବାକୁ କହିଛନ୍ତି। ଛାତ୍ର-ଛାତ୍ରୀମାନେ ଏମିତି କିଛି ପୋଷାକ ପିନ୍ଧିକି ନଆସନ୍ତୁ ଯେଉଁଥିରେ ବିବାଦ ସୃଷ୍ଟି ହେବ।

ରାଜ୍ୟରେ ଜାରି ହିଜାବ ବିବାଦ ମଧ୍ୟରେ ପୋଲିସ ରବିବାର ଉଡୁପି ଜିଲ୍ଲାର କୁଣ୍ଡାପୁରରେ ସରକାରୀ ପିୟୁ କଲେଜ ନିକଟରେ ଘାତକ ହତିଆର ନେଇ ଯାଉଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ବ୍ୟକ୍ତିଙ୍କ ନାମ ଅବଦୁଲ ମାଜିଦ(୩୨) ଓ ରଜବ(୪୧)।

ଦୁଇ ଅଭିଯୁକ୍ତ କୁଣ୍ଡାପୁର ନିକଟସ୍ଥ ଗାଁ ଗଙ୍ଗୋଲିର ବାସିନ୍ଦା। ଜିଲ୍ଲା ପୋଲିସ ଅନୁଯାୟୀ, ପାଞ୍ଚ ବ୍ୟକ୍ତି ମାରଣାସ୍ତ୍ର ଧରି ଯାଉଥିଲେ। ତେବେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ତିନି ଫେରାର ମାରିବାରେ ସଫଳ ହୋଇଛନ୍ତି। କୁନ୍ଦାପୁର ଥାନାରେ ମାମଲା ରୁଜୁ ହୋଇଛି।

Get real time updates directly on you device, subscribe now.