fbpx

କରୋନା କାଳରେ ପୁଣି ବଢିଗଲା ସୁନା-ରୂପା ଦାମ୍‌: ଜାଣନ୍ତୁ ଆଜିର ରେଟ୍‌

Advertisement

ନୂଆଦିଲ୍ଲୀ: ମାସର ପ୍ରଥମ ଦିନରେ ସୁନା-ରୂପାର ଦାମରେ ବୃଦ୍ଧି ଦେଖିବାକୁ ମିଳିଛି । ମଙ୍ଗଳବାର ଅର୍ଥାତ୍ ଆଜି ଦିନରେ ସୁନାର ଦାମ୍ ୩୯୦ ଟଙ୍କା ବଢିଥିବା ବେଳେ ରୂପା ଦାମରେ ବି ପରିବର୍ତ୍ତନ ଆସିଛି । ରୂପାର ଦାମ ୧୦୭୮ ଟଙ୍କାୁ ବୃଦ୍ଧି ପାଇଥିବା ଜଣାପଡିଛି । IBJA ମୁତାବକ, ଆଜି ସକାଳ ସୁଦ୍ଧା ୯୯୯ ଶୁଦ୍ଧତା ଥିବା ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୪୨୨ ଟଙ୍କା ହୋଇଥିବା ବେଳେ ୯୯୯ ଶୁଦ୍ଧତା ଥିବା ରୂପାର ଦାମ୍ କିଲୋଗ୍ରାମ ପିଛା ୭୨,୪୨୮ରେ ପହଞ୍ଚିଛି ।

ତେବେ ଜୁନ୍ ୧ ସକାଳେ ୯୯୯ ଶୁଦ୍ଧତା ଥିବା ସୁନାର ଦାମ୍ ୧୦ ଗ୍ରାମ ପିଛା ୪୯,୪୨୨ ଟଙ୍କା ହୋଇଥିବା ବେଳେ ୯୯୫ ଶୁଦ୍ଧତା ଥିବା ସୁନା ୪୯,୨୨୪ ଟଙ୍କା , ୯୧୬ ଶୁଦ୍ଧତା ଥିବା ସୁନା ୪୫, ୨୭୦ ଟଙ୍କା, ୭୫୦ ଶୁଦ୍ଧତା ଥିବା ସୁନା ୩୭,୦୬୭ ଟଙ୍କା, ୫୮୫ ଶୁଦ୍ଧତା ଥିବା ସୁନା ୨୮, ୯୧୨ ଟଙ୍କା ହୋଇଥିବା ବେଳେ ୯୯୯ ଶୁଦ୍ଧତା ଥିବା ରୂପା କିଲୋଗ୍ରାମ ପିଛା ୭୨,୪୨୮ ଟଙ୍କା ହୋଇଛି । ଯଦି ଆପଣ ସୁନାର ଲଗାତାର ଅପଡେଟସ ପାଇବାକୁ ଚାହୁଁଛନ୍ତି, ତେବେ www.ibja.co ୱେବସାଇଟ୍ ଫଲୋ କରିପାରିବେ ।

Get real time updates directly on you device, subscribe now.