fbpx

ପୁଣି ଥରେ ରେକର୍ଡ ସ୍ତରକୁ ଯାଉଛି ସୁନା ଦର! ୭ ଦିନରେ ୨୨୦୦ ଟଙ୍କା ହେଲା ମହଙ୍ଗା

ନୂଆଦିଲ୍ଲୀ: ସୁନା ଦର ଲଗାତାର ବଢ଼ିବାରେ ଲାଗିଛି । ବଢ଼ୁଥିବା ଦାମ୍ ସହିତ ସୁନା ଦର ପୁଣିଥରେ ନିଜର ରେକର୍ଡ ସ୍ତରକୁ ଯିବାକୁ ଲାଗିଲାଣି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ଆଜି ୦.୫୬ ପ୍ରତିଶତ ବୃଦ୍ଧି ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମସିଏକ୍ସ ଉପରେ ୭ ଫେବ୍ରୁଆରୀରେ ସୁନାଦର ୦.୧୯ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୪୮,୦୧୪ ଟଙ୍କା ହୋଇଥିଲା । ୨୦୨୦ ବର୍ଷରେ ଏମସିଏକ୍ସ ଉପରେ ସୁନା ମୂଲ୍ୟରେ ଜୋରଦାର ବୃଦ୍ଧି ଘଟିଥିଲା । ୨୦୨୦ ଅଗଷ୍ଟରେ ୧୦ ଗ୍ରାମ ସୁନା ମୂଲ୍ୟ ସର୍ବାଧିକ ୫୬,୨୦୦ ଟଙ୍କା ସ୍ତରରେ ପହଞ୍ଚିଥିଲା ।

ଏପ୍ରିଲ୍ ଡେଲିଭରି ପାଇଁ ସୁନା ମୂଲ୍ୟ ୦.୫୬ ପ୍ରତିଶତ ବୃଦ୍ଧି ସହିତ ୫୦ ହଜାର ଅତିକ୍ରମ କରିଛି । ଆଜି ୧୦ ଗ୍ରାମ ପିଛା ସୁନା ୫୦,୧୯୬ ଟଙ୍କା ସ୍ତରରେ ଅଛି । ଅନ୍ୟପକ୍ଷରେ ରୂପା ଆଜିର କାରବାରରେ ୦.୪୬ ପ୍ରତିଶତ ବୃଦ୍ଧି ସହ କିଲୋଗ୍ରାମ ପିଛା ୬୪,୫୨୯ ଟଙ୍କାରେ ରହିଛି ।

ଆପଣ ଘରେ ବସି ଏହି ଦାମଗୁଡ଼ିକୁ ଅତି ସହଜରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ୮୯୫୫୬୬୪୪୩୩ ନମ୍ବରରେ ଏକ ମିସ୍ କଲ୍ ଦେବାକୁ ପଡିବ ଏବଂ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିବ, ଯେଉଁଥିରେ ଆପଣ ସର୍ବଶେଷ ହାର ଯାଞ୍ଚ କରିପାରିବେ । ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି । ‘ବିଆଇଏସ୍ କେୟାର ଆପ୍’ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ । ଏହି ଆପ୍ ମାଧ୍ୟମରେ ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବା ସହିତ ଅଭିଯୋଗ ମଧ୍ୟ କରିପାରିବେ ।

Get real time updates directly on you device, subscribe now.