fbpx

ଓଡ଼ିଶାରେ ଉପରମୁହାଁ ହୋଇ ଚାଲିଛି ସୁନା ଦର, ଚିନ୍ତାରେ ଗ୍ରାହକ: ଜାଣନ୍ତୁ, ଆଜିର ମୂଲ୍ୟ କେତେ

Advertisement

ଭୁବନେଶ୍ୱର: ଓଡ଼ିଶାରେ ଉପରମୁହାଁ ହୋଇ ଚାଲିଛି ସୁନା ଦର। ମାତ୍ର ଏକ ସପ୍ତାହ ମଧ୍ୟରେ ସୁନା ଦର ୩ ହଜାର ଟଙ୍କା ମହଙ୍ଗା ହେଲାଣି। ତେବେ ଗୋଟିଏ ପଟେ ବିବାହ ସିଜନ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ସୁନା ଦର ହୁ ହୁ ହୋଇ ବଢିଚାଲିଛି। ଯାହାକୁ ନେଇ ଏବେ ସାଧାରଣ ପରିବାରର ଲୋକଟିଏ ଚିନ୍ତାରେ ପଡିଛି । କିଏ ଝିଅ ବାହାଘର କରିବା ପାଇଁ ତ ଆଉ କିଏ ବନ୍ଧୁବାନ୍ଧବଙ୍କୁ ସୁନା ଉପହାର ଦେବା ଯୋଜନାରେ ରହିଛନ୍ତି। କିନ୍ତୁ ଲଗାତାର ଦର ବୃଦ୍ଧି ଦେଖି ସୁନା କିଣିବାକୁ ସମସ୍ତେ ଭୟ କଲେଣି।

ଯଦି ଓଡ଼ିଶା କଥା ଦେଖାଯାଏ, ଖାଣ୍ଟି ସୁନା ୧୦ ଗ୍ରାମକୁ ୬୫ ହଜାର ୩୫୦ ଟଙ୍କାକୁ ଛୁଇଁ ଥିବାବେଳେ ୨୨ କ୍ୟାରେଟ୍ ସୁନା ଦାମ ବି ୬୦ ହଜାର ପାର୍ କଲାଣି। ତେବେ ସପ୍ତାହକ ତଳେ ଅର୍ଥାତ୍ ଫେବ୍ରୁଆରୀ ୨୯ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୫୭ ହଜାର ୬୦୦ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଆଜି ୬୦ ହଜାର ୬୦୦ ଟଙ୍କାରେ ଦର ପହଞ୍ଚିଛି। ଫଳରେ ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ପଡିଯାଇଛନ୍ତି ଗ୍ରାହକ।

ସୂଚନା ଯୋଗ୍ୟ, ଗ୍ରାହକମାନେ ଘରେ ବସି ସୁନା ମୂଲ୍ୟ ମଧ୍ୟ ସହଜରେ ଜାଣିପାରିବେ। ଏଥିପାଇଁ କେବଳ ୮୯୫୫୬୬୪୪୩୩ ନମ୍ବରରେ ଏକ ମିସ କଲ ଦେବାକୁ ପଡିବ ଏବଂ ୟୁଜରଙ୍କ ଫୋନରେ ଏକ ମେସେଜ ଆସିବ, ଯେଉଁଥିରେ ସର୍ବଶେଷ ମୂଲ୍ୟ ଯାଞ୍ଚ କରିହେବ। ସେହିପରି ସୁନାର ଶୁଦ୍ଧତା ଯାଞ୍ଚ କରିବାପାଇଁ ସରକାର ଏକ ଆପ୍ ଉପସ୍ଥାପନ କରିଛନ୍ତି। ଗ୍ରାହକମାନେ ‘ବିଏସ କେୟାର ଆପ’ ମାଧ୍ୟମରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ।

 

Get real time updates directly on you device, subscribe now.