fbpx

ବିବାହ ଋତୁରେ ଗ୍ରାହକଙ୍କ ପାଇଁ ଖୁସିଖବର : କମିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ରହିଛି ରେଟ୍

ନୂଆଦିଲ୍ଲୀ : ସୁନା କିଣିବାକୁ ଭାବୁଛନ୍ତି କିମ୍ବା ଯୋଜନା କରିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ମଙ୍ଗଳବାର ଅର୍ଥାତ୍ ଜୁଲାଇ ୧୬ ତାରିଖରେ ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ପାଇଛି । ସେହିପରି ରୂପା ମୂଲ୍ୟ ମଧ୍ୟ ସାମାନ୍ୟ ହ୍ରାସ ପାଇଛି । ଗତ କିଛି ଦିନ ହେବ ଭାରତରେ ସୁନା ଓ ରୂପା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି।

ଆଜି ଭାରତରେ ୨୨ କ୍ୟାରେଟ୍ ସୁନା ଗ୍ରାମ ପିଛା ୬,୭୪୯ ଏବଂ ୨୪ କ୍ୟାରେଟ୍ ସୁନା ପାଇଁ ୭,୩୬୩ ଟଙ୍କା ରହିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୬୪୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୭ ହଜାର ୫୦୦ ଟଙ୍କା ରହିଛି । ଆଜି ରାଜ୍ୟରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୬୭,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୩,୬୪୦ରେ ପହଞ୍ଚିଛି ।

ସେହିପରି ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ଦର ୬୭,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦର ୭୩,୭୯୦ ଟଙ୍କା ରହିଛି, ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୭,୫୦୦ ଟଙ୍କା ଓ ୭୩,୬୪୦ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୬୭,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୪,୦୨୦ ଟଙ୍କା ଥିବା ନେଇ ରେକର୍ଡ କରାଯାଇଛି । କୋଲକତାରେ ଯଥାକ୍ରମେ ୬୭,୫୦୦ ଟଙ୍କା ଓ ୭୩,୬୪୦ ଟଙ୍କା ରହିଛି । ସେହିପରି ରୁପା ଦର କେଜି ପ୍ରତି ୯୫,୨୦୦ ଟଙ୍କା ରହିଛି ।

Get real time updates directly on you device, subscribe now.