ସେନସେକ୍ସ ବଢ଼ିଲା, ସୁନା ଖସିଲା: ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଦେବାକୁ ପଡ଼ିବ ଟଙ୍କା

ନୂଆଦିଲ୍ଲୀ: ଆମେରିକୀୟ ଟାରିଫର ଆଘାତର ସମ୍ମୁଖୀନ ହେବା ପରେ ଆଜି ସେୟାର ବଜାର ତାର ଗତି ପରିବର୍ତ୍ତନ କରିଛି । ସୋମବାର ସେନସେକ୍ସ ୧,୦୦୦ ପଏଣ୍ଟ ବୃଦ୍ଧି ସହିତ କାରବାର କରୁଛି । ଏହାରି ମଧ୍ୟରେ ସୁନା ମୂଲ୍ୟ ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୫୦ ଟଙ୍କା ହ୍ରାସ ସହିତ ୮୯,୭୩୦ ଟଙ୍କାରେ କାରବାର କରୁଛି । ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଦେଶର ପ୍ରମୁଖ ସହରରେ ସୁନାର ମୂଲ୍ୟ କେତେ, ଆସନ୍ତୁ ଜାଣିବା…

ରିପୋର୍ଟ ଅନୁଯାୟୀ, ଦେଶରେ ସୁନା ମୂଲ୍ୟ ହ୍ରାସ ପାଉଛି । ଗତକାଲି ସୁନାର ମୂଲ୍ୟ ୯୦,୩୮୦ ଟଙ୍କା ଥିଲା । ଆଜି ଏହା ପ୍ରତି ୧୦ ଗ୍ରାମ ପିଛା ୮୯,୭୩୦ ଟଙ୍କାରେ କାରବାର କରୁଛି । ଦେଶର ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନାର ମୂଲ୍ୟ ୬୫୦ ଟଙ୍କା ହ୍ରାସ ପାଇ ୮୯,୮୮୦ ଟଙ୍କାରେ ପହଞ୍ଚିଛି । ସେହିପରି ଆର୍ôଥକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୫୦ ଟଙ୍କା ହ୍ରାସ ସହିତ ୮୯,୭୩୦ ଟଙ୍କାରେ କାରବାର କରୁଛି ।

ଲକ୍ଷ୍ନୌ ଏବଂ ବାଙ୍ଗାଲୋରରେ ସୁନା ମୂଲ୍ୟ
ସେହି ସମୟରେ, ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ସୁନା ମୂଲ୍ୟ ହ୍ରାସ ପାଇଛି । ଆଜି ରାଜଧାନୀରେ ଆପଣ ଶସ୍ତା ଦାମରେ ସୁନା କିଣିପାରିବେ । ଏଠାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୮୯,୮୮୦ ଟଙ୍କାରେ କାରବାର ହେଉଛି । ସେହିପରି, ବେଙ୍ଗାଲୁରୁରେ ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୫୦ ଟଙ୍କା ହ୍ରାସ ସହିତ ୮୯,୭୩୦ ଟଙ୍କାରେ କାରବାର ହେଉଛି ।