fbpx

ନୌସେନାରେ ବିନା ପରୀକ୍ଷାରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ: ଦରମା ୫୬୦୦୦ରୁ ଅଧିକ, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଅଧିକାରୀ ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ଏଥିପାଇଁ ଭାରତୀୟ ନୌସେନା ଜୁନ୍ ୨୦୨୪ କୋର୍ସ ପାଇଁ ୨୨୪ ସର୍ଟ ସର୍ଭିସ କମିଶନ ଅଫିସର (ଏସଏସସି ଅଫିସର) ପାଇଁ ବିଜ୍ଞପ୍ତି ଜାରି କରିଛି ।

ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ ହେଉଛି ୨୯ ଅକ୍ଟୋବର ୨୦୨୩ । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ ନୌସେନାର ଅଫିସିଆଲ୍ ୱେବସାଇଟ୍ join Indianavy.gov.inକୁ ଯାଇ ସେମାନଙ୍କର ଆବେଦନ ଫର୍ମ ଦାଖଲ କରିପାରିବେ । ଏହି ନିଯୁକ୍ତି ଡ୍ରାଇଭ ମାଧ୍ୟମରେ ମୋଟ ୨୨୪ ଟି ପଦ ପୂରଣ ହେବ ।

ଭାରତୀୟ ନ ନୌସେନା ଏସଏସସି ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ସୂଚନା ଉଲ୍ଲେଖ କରି ପିଡିଏଫ୍ ଫର୍ମାଟରେ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି । ଯେଉଁ ପ୍ରାର୍ଥୀମାନେ ସର୍ଟଲିଷ୍ଟ ହେବେ ସେମାନେ ଭାରତୀୟ ନୌସେନା ଏକାଡେମୀ, ଏଜିମାଲା କେରଳର ଅଂଶ ହେବେ ।

ପଦବୀ :-
ଏହି ନିଯୁକ୍ତି ଡ୍ରାଇଭ ଅଧୀନରେ ୨୨୪ ଟି ପଦବୀ ପୂରଣ ହେବ । ସେଥିମଧ୍ୟରୁ ୧୮ ଟି ଏଜୁକେସନ୍ ବ୍ରାଞ୍ଚ ପାଇଁ, ୧୦୦ ଟି ଟେକନିକାଲ ବ୍ରାଞ୍ଚ ଏବଂ ୧୦୬ ଟି କାର୍ଯ୍ୟନିର୍ବାହୀ ପାଇଁ ରହିଛି ।

ଯୋଗ୍ୟତା :-
କାର୍ଯ୍ୟନିର୍ବାହୀ ଶାଖା: ପ୍ରାର୍ଥୀମାନେ ସର୍ବନିମ୍ନ ୬୦% ମାର୍କ ଥିବା ଯେକୌଣସି ବିଷୟରେ ବିଇ / ବିଟେକ କରିଥିବା ଆବଶ୍ୟକ ।
ଏଜୁକେସନ୍ ବ୍ରାଞ୍ଚ: ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ୬୦% ମାର୍କ ସହିତ ଏମଏସସି ଡିଗ୍ରୀ ହାସଲ କରିବା ଜରୁରୀ ।

କିପରି କରିବେ ଆବେଦନ :-
-ଭାରତୀୟ ନୌସେନାର ଅଫିସିଆଲ୍ ୱେବସାଇଟ୍ join Indianavy.gov.inକୁ ଯାଆନ୍ତୁ ।
-ଅନଲାଇନ୍ ଆବେଦନ ବିଭାଗକୁ ଯାଆନ୍ତୁ ଏବଂ ‘ଆପଣଙ୍କର ଆବେଦନ ପୁରା କରନ୍ତୁ’ ଲିଙ୍କରେ କ୍ଲିକ୍ କରନ୍ତୁ ।
-ପଞ୍ଜୀକରଣ ଆଇଡି ଏବଂ ପାସୱାର୍ଡ ପାଇବା ପାଇଁ ନିଜକୁ ପଞ୍ଜିକରଣ କର ।
-ଆପଣଙ୍କର ଲଗଇନ୍ ପରିଚୟପତ୍ର ଏଣ୍ଟର କରନ୍ତୁ ଏବଂ ଆବେଦନ ପ୍ରକ୍ରିୟା ପୂରଣ କରିବା ଆରମ୍ଭ କରନ୍ତୁ ।
-ନିର୍ଦ୍ଦିଷ୍ଟ ଫର୍ମାଟ୍ ଏବଂ ଆକାରରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
-ସଫଳତାର ସହିତ ଆପଣଙ୍କର ଆବେଦନ ଫର୍ମ ଦାଖଲ କରିବାକୁ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ ।

Get real time updates directly on you device, subscribe now.