fbpx

Whatsapp ୟୁଜର୍ସଙ୍କ ପାଇଁ ଖୁସି ଖବର, ଆସିଲା ନୂଆ କଲିଂ ଫିଚର

ଓଡ଼ିଶା ଭାସ୍କର: ୟୁଜର୍ସଙ୍କ ପାଇଁ ଜବରଦସ୍ତ ଫିଚର ନେଇ ଆସୁଛି ହ୍ୱାଟ୍ସଆପ୍ । କମ୍ପାନୀ ହ୍ୱାଟ୍ସଆପ୍ କଲିଂରେ AR(Augmented Reality) ଫିଚର ଯୋଡ଼ିଛି । ଏହି ଫିଚର ୟୁଜର୍ସଙ୍କୁ ଭିଡିଓ କଲିଂରେ ଇଫେକ୍ଟ୍‌ସ ଏବଂ ଫିଲ୍ଟର୍ସ ସେଟ୍ କରିବା ପାଇଁ ବିକଳ୍ପ ପ୍ରଦାନ କରିଥାଏ । ହ୍ୱାଟ୍ସଆପର ଏହି ନୂତନ ଫିଚର ବିଷୟରେ WABetaInfo ‘ଏକ୍ସ’ରେ ଏକ ସ୍କ୍ରିନ୍‌ସଟ୍ ଶେୟାର କରିଛି ।

WABetaInfo ଦ୍ୱାରା ‘ଏକ୍ସ’ରେ ଶେୟାର କରାଯାଇଥିବା ସ୍କ୍ରିନସଟରେ ହ୍ୱାଟ୍ସଆପରେ କଲିଂର ନୂତନ ଫିଚର ଦେଖିପାରିବେ । କମ୍ପାନୀ ଭିଡିଓ କଲିଂରେ ନୂତନ ଅନୁଭୂତି ପାଇଁ ଅନେକ ନୂଆ AR ଫିଚର ଅଫର କରୁଛି । ଏହି ଫିଚର ମାଧ୍ୟମରେ ୟୁଜର ଡାଇନାମିକ୍ ଫେସିଆଲ ଟୁଲ ଯେପରି ସ୍ମୁଦନିଂ ସ୍କିନ୍ ଆପିୟରେନ୍ସ ପାଇଁ ଟଚ୍ ଅପ୍ ଟୁଲ୍ ଏବଂ ସ୍ୱଳ୍ପ କିରଣରେ ଉତ୍ତମ ଭିଜିବିଲିଟି ପାଇଁ ଲୋ- ଲାଇଟ୍ ମୋଡ୍ ମାଧ୍ୟମରେ କଲିଂ ଏକ୍ସପେରିୟନ୍ସକୁ ପର୍ସନଲାଇଜ୍ କରିପାରିବେ । ଏହା ସହ ହ୍ୱାଟ୍ସଆପର ନୂତନ ବ୍ୟାକ୍‌ଗ୍ରାଉଣ୍ଡ୍ ଟୁଲ୍ ମଧ୍ୟ ଲଞ୍ଚ୍ ହୋଇଛି । ଏହି ଫିଚର ଗ୍ରୁପ୍ କଲ୍ ସମୟରେ ସହାୟକ ହୋଇଥାଏ । ଏହି ଫିଚର ସାହାଯ୍ୟରେ ୟୁଜର ଆଖ ପାଖ ଭିଜୁଆଲକୁ blur କିମ୍ବା କଷ୍ଟମାଇଜ୍ କରିପାରିବ । ଏହି ଫିଚର ବର୍ତ୍ତମାନ ବୀଟା ଭର୍ସନରେ ରୋଲ୍ ଆଉଟ୍ କରିବା ଆରମ୍ଭ କରିଛି । WABetaInfo ଏହି ଫିଚରକୁ ଗୁଗୁଲ ପ୍ଲେ ଷ୍ଟୋରରେ ଥିବା ହ୍ୱାଟ୍ସଆପ୍ ବିଟା ଫର୍ ଆଣ୍ଡ୍ରଏଡ୍ 2.24.16.17ରେ ଦେଖିଛି । ତେବେ ବିଟା ଟେଷ୍ଟିଂ ଶେଷ ହେବା ପରେ ଏହି ଫିଚରର ଷ୍ଟୋବଲ ଭର୍ସନକୁ ଗ୍ଲୋବାଲ ୟୁଜର୍ସ ପାଇଁ ରୋଲଆଉଟ୍ କରାଯିବ । ଏହି ଫିଚର ଡେସ୍କଟପ୍ ଆପ୍ ପାଇଁ ମଧ୍ୟ ରୋଲଆଉଟ୍ ହେବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.