fbpx

ବିକ୍ରି ହୋଇଗଲା ଗୁଗୁଲ ସିଇଓଙ୍କ ପିଲାଦିନ ଘର, ଦୁଃଖରେ ଆଖିରୁ ଆସିଗଲା ଲୁହ, ଜାଣନ୍ତୁ କିଏ କିଣିଲେ ଏହାକୁ..

Advertisement

ନୂଆଦିଲ୍ଲୀ: ପ୍ରକୃତରେ ପିଲାଦିନେ ଆମେ ଯେଉଁ ଘରେ ରହିଥାଉ ସେଠାରେ ଆମର ସମସ୍ତ ସ୍ମୃତି ସଂଗୃହୀତ ହୋଇଥାଏ । ପ୍ରତ୍ୟେକ କାନ୍ଥ ବାଡରେ ବିତିଯାଇଥିବା ମୂହୁର୍ତ୍ତକୁ ଆମେ ଅନୁଭବ କରିଥାଉ । ସେହିପରି ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କ ଚେନ୍ନାଇରେ ଥିବା ନିଜ ପୈତୃକ ଘର ବିକ୍ରି ହୋଇଯାଇଛି । ଏହି ଘରେ ତାଙ୍କ ପିଲାଦିନ ଠାରୁ ଯବାନ ପର୍ଯ୍ୟନ୍ତ କଟିଥିବାରୁ, କିଣୁଥିବା ଲୋକକୁ ଘର କାଗଜପତ୍ର ଦେବାବେଳେ ତାଙ୍କ ଅବିଭାବକ ଏବଂ ସେ ଭାବବିହ୍ୱଳ ହୋଇପଡିଛନ୍ତି । ସେଥିପାଇଁ ସେମାନଙ୍କ ଆଖି ଲୁହରେ ଛଳଛଳ ହୋଇପଡିଛି ।

ସୂଚନା ଅନୁଯାୟୀ, ଏହି ଘରକୁ ତାମିଲ ଅଭିନେତା ତଥା ପିଲ୍ମ ନିର୍ଦ୍ଦେଶକ ସି. ମାଣିକନ୍ଦନ କିଣିଛନ୍ତି । ତେବେ ଏହି ଘର ସେ କେତେ ଟଙ୍କାରେ କିଣିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନି । ମାଣିକନ୍ଦନ ଏହି ଘରକୁ କିଣିବା ପାଇଁ ଏମିତି ଦେଖୁଥିଲେ, ହେଲେ ସେ ଯେତେବେଳେ ଜାଣିଲେ ଏହା ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଘର ଏବଂ ତାଙ୍କର ପିଲାବେଳ ଠାରୁ ଯବାନ ପର୍ଯ୍ୟନ୍ତ ସେଠାରେ ବିତିଛି ତେଣୁ ସେ ମନସ୍ତ କରିଥିଲେ ଯେ, ସେ ସେହି ଘରକୁ କିଣିବେ ।

ମାଣିକନ୍ଦନ କହିଛନ୍ତି, ସୁନ୍ଦର ପିଚାଇ ଆମ ଦେଶକୁ ଗର୍ବିତ କରିଛନ୍ତି। ସେ ରହୁଥିବା ଘର କିଣିବା ମୋ ଜୀବନର ଗର୍ବର ସଫଳତା। ମାଣିକନ୍ଦନ ନିଜେ ଜଣେ ରିଏଲ୍ ଇଷ୍ଟେଟ୍ ବିକାଶକାରୀ। ସେ କହିଛନ୍ତି ଯେ, ସେ ପ୍ରାୟ ୩୦୦ ଘର ନିର୍ମାଣ କରି ବିକ୍ରି କରିଛନ୍ତି। ମାଣିକନ୍ଦନ କହିଛନ୍ତି ଯେ, ଗୁଗୁଲ ସିଇଓଙ୍କ ପିତାମାତାଙ୍କ ମାନବିକତା ତାଙ୍କୁ ଭାବପ୍ରବଣ କରିଥିଲା।

ମାଣିକନ୍ଦନ କହିଛନ୍ତି, ‘ସୁନ୍ଦର ପିଚାଇଙ୍କ ମା ନିଜେ ଏକ ଫିଲ୍ଟର କଫି ତିଆରି କରିଥିଲେ। ପ୍ରଥମ ମିଟିଂରେ ପିଚାଇଙ୍କ ପିତା ମୋତେ ଡକ୍ୟୁମେଣ୍ଟ୍ ପ୍ରଦାନ କରିଥିଲେ। ତାଙ୍କର ନମ୍ରତା ଦ୍ୱାରା ମୁଁ ବିସ୍ମିତ ହୋଇଗଲି। ସେ କହିଛନ୍ତି ଯେ, ବାସ୍ତବରେ ତାଙ୍କ ପିତା ପଞ୍ଜୀକରଣ କାର୍ଯ୍ୟାଳୟରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ଏବଂ ମୋତେ ଦସ୍ତାବିଜ ହସ୍ତାନ୍ତର କରିବା ପୂର୍ବରୁ ସମସ୍ତ ଆବଶ୍ୟକୀୟ ଟିକସ ଦେଇଥିଲେ।

ମାଣିକନ୍ଦନ ପୁଣି କହିଛନ୍ତି, ସୁନ୍ଦରଙ୍କର ବାପା ତାଙ୍କ ପ୍ରଥମ ସମ୍ପତ୍ତି ହୋଇଥିବାରୁ ଦଲିଲଗୁଡ଼ିକୁ ହସ୍ତାନ୍ତର କରିବା ସମୟରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଚେନ୍ନାଇରେ ସୁନ୍ଦର ପିଚାଇ ପାଳିତ ହୋଇଥିଲେ। କିନ୍ତୁ ସେ ୧୯୮୯ ମସିହାରେ ଆଇଆଇଟି ଖଡଗପୁରକୁ ଯାଇ ଇଞ୍ଜିନିୟରିଂ ପଢିବାକୁ ଲାଗିଲେ। ତାଙ୍କ ପଡ଼ୋଶୀମାନେ କହିଛନ୍ତି ଯେ, ପିଚାଇ ଏହି ଘରେ ୨୦ ବର୍ଷ ବୟସ ପର୍ଯ୍ୟନ୍ତ ରହୁଥିଲେ। ଡିସେମ୍ବରରେ ଯେତେବେଳେ ସୁନ୍ଦର ପିଚାଇ ଚେନ୍ନାଇ ଗସ୍ତ କରିଥିଲେ, ସେତେବେଳେ ସେ ସୁରକ୍ଷା କର୍ମୀଙ୍କୁ କିଛି ନଗଦ ଟଙ୍କା ଏବଂ ଘରୋଇ ସାମଗ୍ରୀ ଦେଇଥିଲେ।

Get real time updates directly on you device, subscribe now.